ନାରୀଯୁବ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ
ହାଟଡିହି (ପାର୍ଥ ସୌରଭ ସା) ରାଜ୍ୟରେ ନାରୀ ଆଉ ସୁରକ୍ଷିତ ନାହାଁନ୍ତି । ପ୍ରତ୍ୟେକ ଦିନ ନାରୀ ହେଉଛି ନିର୍ଯାତିତ ଓ ଦୁଷ୍କର୍ମ ର ଶିକାର । ସେଥିପାଇଁ ଆଜି ବିଜେଡି ଡାକରାରେ ରାଜ୍ୟର ବିଭିନ କଲେଜ ସମ୍ମୁଖରେ ଛାତ୍ର, ଯୁବ ବିଜେଡି କରିଛି ପ୍ରତିବାଦ। ହାଟଡ଼ିହି କଲେଜ ସମ୍ମୁଖରେ ରାସ୍ତା ରୋକ କରିବା ସହିତ ଛାତ୍ର ବିଜେଡି ସଦସ୍ୟ ଓ ଯୁବ ବିଜେଡି ସଦସ୍ୟ ମାନେ ମିଳିତ ଭାବେ ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ଲାଏକାର୍ଡ ଧରି ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା। ଶତାଧିକ କଲେଜ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ରାଜ୍ୟ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ଜିଲ୍ଲା ଯୁବ ବିଜେଡ଼ିର ସମ୍ପାଦକ ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ଏଥିରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ବିପଦରେ ଥିବା କହିଛନ୍ତି । ନାରୀ ଏଠି କେହିବି ସୁରକ୍ଷିତ ନାହାନ୍ତି । ସରକାର ସଜାଗ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆନ୍ଦୋଳନରେ ଚେତାବନୀ ଦେଇଛନ୍ତି । ଅମିୟ ପହି, ତୁଷାର ଜେନା, ଅଭୟ ସା, କାହ୍ନୁ ଚରଣ ସା, ମାନସ ପାତ୍ର, ମହେଶ୍ୱର ସାହୁ, ଭଗ୍ୟଲକ୍ଷ୍ମୀ ମହାପାତ୍ର, ଲିପାରାଣି ଧଳ, ପୁଜାରାଣୀ ଖଟୁଆ, ମୋନାଲିସା ଧଳଙ୍କ ସମେତ ଶତାଧିକ ଯୁବ ଛାତ୍ର ବିଜେଡି କର୍ମୀ ସାମିଲ ହୋଇଥିଲେ।