ପାଚିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ସ୍କୁଲ ସମ୍ମୁଖରେ ପ୍ରତିବାଦ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଳଭଦ୍ରପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଚିକା ନିଯୁକ୍ତିକୁ କେନ୍ଦ୍ରକରି ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ପାଚିକା ନିଯୁକ୍ତି ହେଉ ନଥିବା ପ୍ରତିବାଦରେ ଶତାଧିଜ ଗ୍ରାମବାସୀ ଓ ଅଭିଭାବକ ସ୍କୁଲ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ସମୀର ଜେନା, ବିନୋଦ ଜେନା, ରୁଦ୍ର ଜେନା, ମୂରଲୀଧର ଜେନା, ଉପେନ୍ଦ୍ର ସ୍ଵାଇଁ, ନିମାଇଁ ଯେନା, ବାବୁ ଯେନା, ନିରୁପମା ଯେନା, ବାସନ୍ତୀ ଯେନା, ଉର୍ମିଳା ଯେନା, ସୁବାଷ ଯେନା,ଲିଜା ଯେନା, ହଳଧର ଯେନା, ଲିଟୁରାମ ଯେନା, ମମତା ଯେନା, ରମ୍ଭା ଯେନା, ଶିବ ଯେନା, ସବିତା ଯେନା, ହୀରୁ ଯେନା, ଭଗବାନ ଯେନାଙ୍କ ସମେତ ଶତାଧିଜ ଗ୍ରାମବାସୀଙ୍କ ଅଭିଯୋଗ ଯେ ଏହି ବିଦ୍ୟାଳୟରେ ପାଚିକା ପଦବୀ ଖାଲି ପଡିଥିବାରୁ ପାଚିକା ନିଯୁକ୍ତି ପାଇଁ ସ୍କୁଲରେ ତିନି ତିନି ଥର ବୈଠକ ବସିଲାଣି। ଅଧିକାଂଶ ଅଭିଭାବକ ସରକାରୀ ଗାଇଡ଼ ଲାଇନ ଅନୁଯାଇ ନିଯୁକ୍ତି ଦେବାକୁ ଦାବି କରିବା ସହିତ ଗ୍ରାମରେ ଥିବା ଜଣେ ଅସହାୟ ବିଧବା ମହିଳାଙ୍କୁ ନିଯୁକ୍ତି ଦେବାପାଇଁ ଅଡ଼ିବସିଛନ୍ତି। କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟିରେ ଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ଗାଇଡ଼ ଲାଇନ ବାହାରେ ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି ଦେଉଛନ୍ତି। ଉକ୍ତ ମହିଳା ଜଣକର ଚଳଣି ସ୍ୱଚ୍ଛ ଥିବାବେଳେ ତାଙ୍କୁ କିପରି ନିଯୁକ୍ତି ଗିଆଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଯଦି ଏହି ଗରିବ ଅସହାୟ ବିଧବା ମହିଳାଙ୍କୁ ନିଯୁକ୍ତି ଦିଆ ନଯାଏ ତେବେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଗ୍ରାମବାସୀ ମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ