ବିଶିଷ୍ଟ ନାଗରିକଙ୍କ ସ୍ୱ-ଗଣନା ପୋର୍ଟାଲରେ ତଥ୍ୟ ପ୍ରଦାନ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ୧ ଅପ୍ରେଲ ଠାରୁ ସ୍ୱ ୃ-ଗଣନା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟରେ ପ୍ରଥମ ଦିବସରେ ବିଶିଷ୍ଟ ନାଗରିକ ମାନେ ସ୍ୱ-ଗଣନା ପୋର୍ଟାଲରେ ବିଭିନ୍ନ ପ୍ରଶ୍ନାନୁଯାୟୀ ତଥ୍ୟ ପ୍ରଦାନ କରିଛନ୍ତି। ବ୍ଳକର ବିଶିଷ୍ଟ ନାଗରିକ ଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ କୁହୁକିନୀ ରାଉତରାୟ, ଆଇନଜୀବୀ ଗୌରୀଶଙ୍କର ସେଠୀ, ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଆଶୋକ କୁମାର ସାହୁ,ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ ଆଦି ମୋବାଇଲ ଆପ ମାଧ୍ୟମରେ ୩୩ଟି ପ୍ରଶ୍ନର ଉତର ଦେଇ ନିଜେ ନିଜର ତଥ୍ୟ ସ୍ୱ-ଗଣନା ପୋର୍ଟାଲରେ ପ୍ରଦାନ କରିଥିଲେ। ଏହି ଜନଗଣନା କାର୍ଯ୍ୟକ୍ରମରେ ଜନଗଣନାର କ୍ଷେତ୍ର ପ୍ରଶିକ୍ଷକ, ସୁପରଭାଇଜର, ଜନଗଣନାକାରୀମାନେ ସହଯୋଗ କରୁଥିବା ବେଳେ ତହସିଲଦାର ଅକ୍ଷୟ କୁମାର ବଡୁ ଓ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ