ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ବ୍ରେଲ୍ ଶିକ୍ଷଣ ଉପକରଣ ପ୍ରଦାନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ  ସିଦ୍ଧମଠ ସ୍ଥିତ ମନୋଜ ମଞ୍ଜରୀ ଶିଶୁ ଭବନ ଦ୍ୱାରା ପରିଚାଳିତ ଦୃଷ୍ଟିହୀନ ବିଦ୍ୟାଳୟର ତିନି ଜଣ ଛାତ୍ରଛାତ୍ରୀଙ୍କୁ କେନ୍ଦୁଝର ଜିଲାପାଳ ବିଶାଳ ସିଂହ ଅତ୍ୟାଧୁନିକ ବ୍ରେଲ୍ ଶିକ୍ଷଣ ଉପକରଣ ପ୍ରଦାନ କରିଛନ୍ତି। ସେମାନେ ହେଲେ ମାନସ ପ୍ରଧାନ,ଲିପ୍ସା ସେଠୀ ଓ ହେମନ୍ତ ଜୁଆଙ୍ଗ।ଦୃଷ୍ଟିହୀନଛାତ୍ରଛାତ୍ରୀମାନଙ୍କୁ ବ୍ରେଲ ଶିକ୍ଷା କ୍ଷେତ୍ରରେ ଏହା ଅତ୍ୟନ୍ତ ସହାୟକ ହୋଇପାରିବ । ଏହି ଅବସରରେ କେନ୍ଦୁଝରଆଇଏଏସ ପ୍ରୋବେସନର ପବନ କୁମାର,ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ କେଶରୀ ସାମନ୍ତରାୟ ଓ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ରଥ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ