କାରାଗାର ଅନ୍ତେବାସୀଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ:

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆନୁକୂଲ୍ୟରେ ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ତାଲିମ ଶିକ୍ଷାର ଶୁଭାରମ୍ଭ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ଶିକ୍ଷା କାର୍ଯ୍ୟକ୍ରମକୁ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ମା’ ତାରିଣୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ଗୃହ ଉଦ୍ୟୋଗ ଟ୍ରଷ୍ଟ, ଭୁବନେଶ୍ୱର ଙ୍କ ଆର୍ଥିକ ଅନୁଦାନରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ତଦାଶା ସଂପାଦକ ତଥା ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ଦେଇ ଏହି ତାଲିମ ଶିବିରର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ଆଲୋକପାତ କରି ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶ୍ୱେତାଲିନା ସାହୁ,କାରାଗାର ଅଧିକ୍ଷକ ଉପେନ୍ଦ୍ର କୁମାର ଜେନା,ମଧ୍ୟମ,କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ଅଧ୍ୟକ୍ଷ ମୀନକେତନ ଅମାତ,ଗୃହ ଉଦ୍ୟୋଗ ଟ୍ରଷ୍ଟ ଭୁବନେଶ୍ୱର ପରିଚାଳନା ନିଦେ୍ର୍ଦଶିକା ମନିକା ଜେ ଆଚାର୍ଯ୍ୟ,ଜେଲର ଅବନ୍ତୀ ସିଂ,ଆରକ୍ଷୀ ପରିଦର୍ଶକ ପ୍ରଫୁଲ୍ଲ କୁମାର ପଣ୍ଡା,କାରାମଙ୍ଗଳ ଅଧିକାରିଣୀ ସୀମା ଏକ୍କା ଯୋଗଦେଇ ତାଲିମ କାର୍ଯ୍ୟକ୍ରମର ଉପକାରିତା ବିଷୟରେ ଓ ଭବିଷ୍ୟତରେ ଅନ୍ତେବାସୀ ଓ ଜେଲରୁ ଯିବା ପରେ ଏହି ତାଲିମ କୁ ପାଥେୟ କରି ଭବିଷ୍ୟତ ଜୀବନରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ଅତିଥିମାନେ ମତ ଦେଇଥିଲେ । ବର୍ତ୍ତମାନ ଅନ୍ତେବାସୀମାନଙ୍କ ପାଇଁ ଟ୍ରଷ୍ଟ ଦ୍ୱାରା ସିଏଫ୍ଏଲ୍ ବଲ୍ବ ତିଆରି,ଦର୍ଜି,ଫିନାଇଲ,ଧୂପକାଠି,ସାବୁନ,ସାବୁନ ଗୁଣ୍ଡ ଓ ପଙ୍ଖା ମରାମତି ଆଦି ଶିକ୍ଷା ପ୍ରଦାନ କରାଯିବା ସହ ଆବଶ୍ୟକ ହେଲେ ଅଧିକ ପରିମାଣର ଉତ୍ପାଦନ ସାମଗ୍ରୀର ବଜାରୀକରଣ ବିକି୍ର ର ସୁବିଧା ମଧ୍ୟ ପ୍ରଦାନ କରାଯିବାକୁ ସଭାରେ ଘୋଷଣା କରାଯାଇଥିଲା । ଏହି ତାଲିମ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୫ ଜଣ ଅନ୍ତେବାସୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬ ଜଣ ମହିଳା ଓ ୫୯ ଜଣ ପୁରୁଷ ରହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଆଗ୍ରହୀ ଅନ୍ତେବାସୀ ମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ