ଶ୍ରୀବଳଦେବଜୀଉଙ୍କୁ ସର୍ବସାଧାରଣ ଦର୍ଶନ ୩ଘଣ୍ଟା ବନ୍ଦ ରହିବ
କେନ୍ଦ୍ରାପଡ଼ା,:ଆସନ୍ତା କାଲି ଏଗାର ତାରିଖ ବୁଧବାରରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଶ୍ରୀମୁଖ ସିଂହାର ସର୍ବ ସାଧାରଣ ଦର୍ଶନ ସକାଳ ସାତଟାରୁ ଦଶଟା ତିନି ଘଣ୍ଟା ବନ୍ଦ ରହିବ। ଫାଲଗୁନ ମାସ କୃଷ୍ଣ ପକ୍ଷ ନବମୀ ତିଥି ବୁଧବାର ଥିବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି କରାଯିବ। ଜୟ ମଙ୍ଗଳା ଆଳତି ସମ୍ପନ୍ନ ପରେ ଚିତ୍ରକର ସେବକ ରତ୍ନ ସିଂହାସନକୁ ଯାଇ ଏହି କାର୍ଯ୍ୟ ସମ୍ପାଦନ କରିବେ। ଏହା ଏକ ଗୁପ୍ତ ନୀତି ଥିବାରୁ ସର୍ବ ସାଧାରଣ ଦର୍ଶନ ସକାଳ ସାତଟାରୁ ଦଶଟା ତିନି ଘଣ୍ଟା ବନ୍ଦ ରହିବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇ ଅନ୍ୟ ନୀତି କାନ୍ତି କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


