ପୁଲୱାମା ଆତଙ୍କି ହମ୍ଲାକୁ ପୁରିଲା ୭ ବର୍ଷ: ଆସିକା ସୁଗର ଟାଉନ୍ ଜେସିସ୍ ପକ୍ଷରୁ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ
ଆସିକା (ୱାଇଏନ୍ଏସ୍) :ପୁଲୱାମା ଆତଙ୍କବାଦୀ ହମ୍ଲାକୁ ୭ ବର୍ଷ ପୁରିଯାଇଛି । ଗତ ୨୦୧୯ ମସିହା ଫେବୃୟାରୀ ମାସ ୧୪ ତାରିଖରେ ଜାମ୍ମୁକାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଜଣ ବୀର ଯବାନ୍ ସହିଦ୍ ହୋଇଥିଲେ । ୨୦୧୯ ମସିହା ଫେବୃୟାରୀ ମାସ ୧୪ ତାରିଖ ଭାରତୀୟ ଇତିହାସ ପୃଷ୍ଠାରେ ଏକ କଳାଦିନ ଭାବେ ରହିଛି । ସମଗ୍ର ଦେଶ ସହିଦ୍ ଯବାନ୍ମାନଙ୍କ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲା ବେଳେ ଆସିକା ସୁଗର ଟାଉନ୍ ଜେସିସ୍ର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସାମୂହିକ ଭାବେ ମହମବତି ଜାଳି ସ୍ମୃତିଚାରଣ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସୁଗର ଟାଉନ୍ ଜେସିସ୍ର ସଭାପତି ଜେସି ଜଗନ୍ନାଥ ପଢିଆରୀଙ୍କ ସଂଯୋଜନାରେ ସ୍ଥାନୀୟ ଅଶୋକା ସିନେମା ହଲ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଆସିକା ସୁଗର୍ ଟାଉନ୍ ଜେସିସ୍ର ସଂପାଦକ ଜେସି କାର୍ତ୍ତିକ ପାତ୍ର, ପୂର୍ବତନ ସଭାପତି ଡି.ବଦ୍ରିନାଥ ପାତ୍ର, ସୁରେଶ୍ କୁମାର ପାତ୍ର, ୟୁ.ସଂଜୟ କୁମାର ପାତ୍ର, ସୁବୋଧ ରଂଜନ ନାୟକ, ସନ୍ତୋଷ କୁମାର ନାୟକ, ସୁନିଲ୍ କୁମାର ମହାନ୍ତି, ଏ.ଶିବଶଙ୍କର ପାତ୍ର, ମହିଳା ଜେସିସ୍ର କାର୍ଯ୍ୟକର୍ତ୍ତା ସାଇଶ୍ୱରୀ ପାତ୍ର, ଭାଗ୍ୟଶ୍ରୀ ପାତ୍ର, ରଶ୍ମିତା ପାତ୍ର, ଖୁସି ସ୍ୱାଇଁ, ଡି.ସୋନାଲୀ ପାତ୍ର, ବନ୍ଦିତା ପାତ୍ର, ରଂଜିତା ନାୟକ, ଝିଲି ନାୟକ, ଲିଜା ମହାନ୍ତି, ସୋନାଲୀ ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ୨୦୧୯ ମସିହା ଫେବୃୟାରୀ ମାସ ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣବଳି ଦେଇ ସହିଦ୍ ହୋଇଥିବା ସାହସୀ ସୈନିକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା ।


