ମେ 21ରୁ ଜିଲ୍ଲାରେ ଆରମ୍ଭ ହେବ ରବି ଧାନ ସଂଗ୍ରହ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୪-୨୫ ବର୍ଷ ପାଇଁ ଚାଷୀମାନଙ୍କ ଠାରୁ ରବି ଋତୁ ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ମୟୁରଭଞ୍ଜ ଜିଲ୍ଲାପାଳ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସାରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ଉପ-ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିନୋଦ କିଶାନ, ଡିଆରସିଏସ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ସାଂସଦଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେପି ପ୍ରବକ୍ତା କବି ବିଷ୍ଣୁ ଶତପଥି, ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିନିଧି କାନ୍ଦ୍ରା ସୋରେନ ଓ ବାଙ୍ଗରିପୋଷୀ ବିଧାୟିକାଙ୍କ ପ୍ରତିନିଧି ସନ୍ତୋଷ କୁମାର କଲିଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ମଧୁସ୍ମିତା ଜେନା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଳାର ମିଲର, ଚାଷୀ ମାନେ ଯୋଗ ଦେଇ ଚଳିତ ରବି ଋତୁରେ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ୩୮୩୪ ଜଣ ଚାଷୀଙ୍କ ଠାରୁ ରବି ଧାନ କ୍ରୟ ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ. ଜିଲ୍ଲାରେ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ଯୋଗାଣ, ଆର.ଏମ.ସି. ଏବଂ ଡିଆରସିଏସ ବିଭାଗ ମିଳିତ ତତ୍ୱାବଧାନ ଚାଷୀ ମାନଙ୍କ ସୁବିଧା ପାଇଁ ରେ ୨୪ଟି ଲ୍ୟାମ୍ପ ଓ ୨୫ ଟି ଧାନ ସଂଗ୍ରହ କେନ୍ଦ୍ରରେ ଚଳିତ ବର୍ଷ ମେ ୨୧ ତାରିଖରୁ ରବି ଧାନ କ୍ରୟ ପାଇଁ ନିଷ୍ପତି ନିଆ ଯାଇଛି. ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଧାନର ସହାୟକ ମୂଲ୍ୟ ଯଥାକ୍ରମେ ଏଫଏକ୍ଯୁ ସାଧାରଣ ମାନ ଧାନର ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୨୩ ଶହ ଟଙ୍କା ସହିତ ୮ଶହ ଟଙ୍କାର ଇନପୁଟ ସହାୟତା ରାଶି ଏବଂ ଏଫଏକ୍ଯୁ ଗ୍ରେଡ଼-ଏ ମାନ ଧାନର ମୂଲ୍ୟ ୨୩୨୦ ଟଙ୍କା ଧାର୍ଯ୍ୟ କରାଯାଇଛି. ଏତଦ ବ୍ୟତୀତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଧାନ କ୍ରୟ କେନ୍ଦ୍ର ମାନଙ୍କରେ ଚାଷୀ ମାନଙ୍କ ସୁବିଧା ପାଇଁ ସେଡ, ପାନୀୟ ଜଳ, ଫାଷ୍ଟ -ଏଡ଼ ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦିଆଯାଇଛି. ସେହିପରି ମିଲର ମାନଙ୍କୁ ସଂଗ୍ରହ ହୋଇଥିବା ଧାନ କୁ ୨୪ ଘଣ୍ଟା ମଧ୍ୟରେ ଉଠାଇ ନେବା ପାଇଁ ପରାମର୍ଶ ଦିଆଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ