୫୧ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ବାଇଗଣବାଡିଆସ୍ଥିତ ବି ବି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ କୁଳିଅଣା ବ୍ଲକର ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷକ ସଙ୍ଘ ସଭାପତି ଦିଲ୍ଲୀପ କୁମାର ପାତ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟା ସବିତା ବାଗ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ଶିକ୍ଷକମାନେ ଚାକିରୀ ଜୀବନରୁ ଅବସର ନେଲେ ମଧ୍ୟ ସାମାଜିକ ଜୀବନରେ ସାମାଜିକ ଜୀବନରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମି ରଞ୍ଜନ ଗିରି, ସମ୍ମାନିତ ଅତିଥି ଭାବେ ଏବିଇଓ ଗୌରୀମଣୀ ସେଠି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିମଳ କୁମାର ଆଚାର୍ଯ୍ୟ, ଜିଲ୍ଲା ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର ସଭାପତି ହରେକୃଷ୍ଣ ବାରିକ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କ ସମାଜପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ୫୧ ଜଣ ଅବସରପ୍ରାପ୍ତ ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ ହୋଇଥିଲେ । ସର୍ବପ୍ରଥମେ ଦିବଂଗତ ଶିକ୍ଷକ ନିରଞ୍ଜନ ନାଏକ ଓ ଶୁକ୍ରା ନାଏକଙ୍କ ଉଦ୍ଦେଶ୍ୟରେ ତଥା ପହଲଗାମରେ ନିହତ ୨୬ ଜଣଙ୍କ ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକ ରବି ନାରାୟଣ ଦତ୍ତ, ଅମୀୟ କୁମାର ବାରିକ ଓ ପ୍ରଦୀପ କୁମାର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ରମାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ