ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ଓ ୟୁରୋ ସ୍କୁଲ ପକ୍ଷରୁ ହାଲୁଆ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ): ପବିତ୍ର ମହାଶିବରାତ୍ରି ଲାଗି ଗଞ୍ଜାମ ଜିଲ୍ଲାର ସଦର ମହାକୁମା ଛତ୍ରପୁର ସହର ଚଳ ଚଞ୍ଚଳ ହୋଇପଡିଛି l ଏହି ଅବସରରେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରାହିତରେ ପୋଷ୍ଟ ଅଫିସ ରୋଡ଼ ନିକଟରେ ଏକ ପଣା  ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହା ସହିତ ଭକ୍ତ ଙ୍କ ନିମନ୍ତେ ୟୁରୋ ସ୍କୁଲ ପକ୍ଷରୁ ହାଲୁଆ ବଣ୍ଟନ ମଧ୍ୟ କରାଯାଇଥିଲା l ଛତ୍ରପୁର ଏନଏସି ଉପାଧ୍ୟାକ୍ଷ ଜି. ପାପା ରାଓ, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନୀଳାଞ୍ଚଳ ଖିଲାଲ,    ଛତ୍ରପୁର ଏସ ଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ,  କାଉନସିଲର ପ୍ରୀତିଛନ୍ଦା ସାମଲ,  ମମତା ପାତ୍ର ଓ ଏମ. ୱାଣୀ ସେନାପତି, ପୂର୍ବତନ କାଉନସିଲର ଵି. ରାଜୁବାବୁ, ଆଇନଜୀବୀ  ତଥା ଉପଦେଷ୍ଟା ପ୍ରଶାନ୍ତ କୁମାର ଶତପଥି, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲି ଵାଳା ରାଉତ, ଯୁଗ୍ମ ସମ୍ପାଦିକା ଗୀତା ସାହୁ ଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତ ଏବଂସ୍ଥାନୀୟ ଜନସାଧାରଣଙ୍କୁ ପଣା ଓ ହାଲୁଆ ବଣ୍ଟନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ