ରେଭେନ୍ସାରେ ରାଗିଂ ଘଟଣା: ପ୍ରତିକ୍ରୟା ରଖିଲେ ଚିଫ୍ ୱାର୍ଡେନ୍ ସୁଦର୍ଶନ ମିଶ୍ର

କଟକ,(ଓ୍ବାଇଏନଏସ): ରେଭେନ୍ସାରେ ରାଗିଂ ଘଟଣା ନେଇ ପ୍ରତିକ୍ରୟା ରଖିଲେ ଚିଫ୍ ୱାର୍ଡେନ୍ ସୁଦର୍ଶନ ମିଶ୍ର । ଏହି ଘଟଣା ସତ ବୋଲି କହିବା ସହ ରାଗିଂ ହୋଇଥିବାର ନେଇ ପ୍ରମାଣ ରହିଛି ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭିଡିଓ ଫଟୋ ଏଭିଡେନସ ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି। ରାତି ୧୨ ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର ଛାତ୍ରଙ୍କୁ ଗାଳିଗୁଲଜ କରୁଥିଲେ । ଘଟଣାସ୍ଥଳରେ ଚିଫ ୱାର୍ଡେନ, ଡେପୁଟି ୱାର୍ଡେନ ଓ ଆଣ୍ଟି ରାଗିଂ କମିଟିର ଦୁଇ ଜଣ ସଦସ୍ୟ ଥିଲେ। ଆଣ୍ଟି ରାଗିଂ କମିଟିର ତଦନ୍ତ ଶେଷ ହେବା ଯାଏ ସସପେଣ୍ଡ ନିର୍ଦ୍ଦେଶ କାଏମ ରହିବ । ସୂଚନାଯୋଗ୍ୟ, ରାଗିଙ୍ଗ ଘଟଣା ସାମ୍ନାକୁ ଆସିବା ପରେ ରେଭେନ୍ସା କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ୧୦ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ