୨୫ ଏକର ଗଞ୍ଜେଇ ଗଛ ନଷ୍ଟ କଲା ରାଇକିଆ ପୁଲିସ

ରାଇକିଆ, (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଓ ଅବକାରୀ ବିଭାଗ ଚଢ଼ଉ କରି ସୁଗଡବାଡି ପଞ୍ଚାୟତର ନାଉଡ଼ିମହା ଅଞ୍ଚଳ ଜଙ୍ଗଲରୁ 25 ଏକର  ଜମିରେ ଲଗାଯ ଗାଯାଇଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି। ଶନିବାର  ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ଚାଷ ହୋଇଥିବା ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ , ରାଇକିଆ ତହସିଲଦାର ବରିୟାଲ ମୁର୍ମୁ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି 25000 ଗଛ ଆଇ ଆର ବି ଯବାନ ଙ୍କ ସହାୟତା ରେ ପୋଡ଼ି ନଷ୍ଟ କରିଥିଲେ ।  ଏ ନେଇ ରାଇକିଆ ଥାନା ରେ  ଏକ ମାମଲା ରୁଜୁ ହୋଇଥିବା ବେଳେ ନଷ୍ଟ ହୋଇଥିବା ଗଞ୍ଜେଇ ର  ଆନୁମାନିକ ମୂଲ୍ୟ 11 କୋଟି ହେବ ବୋଲି ରାଇକିଆ ଥାନା ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି । ରାଇକିଆ ଅଞ୍ଚଳ ରେ ପ୍ରଥମ ଥର ପାଇଁ ଅଧିକା ପରିମାଣ ରେ ଗଞ୍ଜେଇ ଗଛ କୁ ନଷ୍ଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ