ବାତ୍ୟା ପ୍ରଭାବରେ ବର୍ଷା : ଘୋଡାହାଡ ଜଳଭଣ୍ଡାରରୁ ଛଡାଗଲା ପାଣି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ବାତ୍ୟା ‘ମୋନଥା’ ପ୍ରଭାବରେ ସୋମବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜଳସମ୍ପଦ ବିଭାଗ ଅଧିନ ଦିଗପହଣ୍ଡି ସ୍ଥିତ  ଘୋଡାହାଡ ଜଳଭଣ୍ଡାର ସ୍ପିଲ୍ ୱେ ମୁଖ୍ୟ ଫାଟକ ର ୨ ଟି ଗେଟ୍  ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯାଉଥିବା ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜଣାଇଛନ୍ତି ।  ନଦୀ ଅବବାହିକା ସଂଲଗ୍ନ ଗ୍ରାମବାସୀଙ୍କୁ ନଦୀ ମଧ୍ୟକୁ ନଯିବା ସହ କୌଣସି ଗୃହପାଳିତ ପ୍ରାଣୀ ମାନଙ୍କୁ ନଛାଡିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ଼୍ୟାମ ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ସୋମବାର ସକାଳ ସୁଦ୍ଧା ଜଳଭଣ୍ଡାରରେ ୮୭.୫ ଭାଗ  ଅର୍ଥାତ୍ ୧୧୬.୫୦ ମିଟର ପାଣି ଗଚ୍ଛିତ ରହିଥିଲା। ଡ଼୍ୟାମ ରୁ ନଦୀଗର୍ଭ କୁ ପାଣି ଛଡ଼ାଯାଇଥିବା ସମ୍ପର୍କରେ  ଜଳସମ୍ପଦ କାର୍ଯ୍ୟାଳୟ ପକ୍ଷରୁ  ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ନିକଟସ୍ଥ  ଥାନା ଓ ଦମକଳ କେନ୍ଦ୍ର ଗୁଡ଼ିକୁ ସୂଚନା ଦିଆଯାଇଥିବା ଜଣାପଡିଛି । ସନ୍ଧ୍ୟା ସୁଦ୍ଧା ଡ଼୍ୟାମ ଇଲାକାରେ ମାତ୍ର ୫ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜଳଭଣ୍ଡାର ରେ ୮୦ ପ୍ରତିଶତ ଜଳ ରଖାଯାଇ ଉଦବୃତ୍ତ ଜଳ କୁ ଛଡାଯିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ