ଗୋରୁ ବୋଝେଇ ଗାଡ଼ି ଉଦ୍ଧାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ଆସିକା – ଦିଗପହଣ୍ଡି ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଲକ  ସାପୁଆ ବସା ନିକଟରେ  ଗୋରୁ ବୋଝେଇ ପିକଅପ୍ ଭ୍ୟାନ କୁ ସୋମବାର ଭୋର ରେ କେହି ଗୋରୁ ବ୍ୟବସାୟୀ  ଛାଡି ଚାଲିଯାଇଥିବା ଜଣାପଡ଼ିଛି।ଗୋରୁ ଚୋରା ଚାଲାଣ ବେଳେ ପିକ୍ଅପ୍ ଗାଡ଼ି (ନଂ. ଓଡ଼ି୨୫ ଜି -୨୪୨୮) ଟି  ଖରାପ ହୋଇଯାଇଥିଲା।ଧରାପଡିଯିବା ଭୟରେ ବ୍ୟବସାୟୀ ଜଣକ ଗୋରୁ ସହ ଗାଡ଼ି କୁ ଛାଡ଼ି ଚାଲିଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପାଟପୁର ଥାନା ଏସ.ଆଇ ଶୁଭ ଲକ୍ଷ୍ମୀ କଅଁର , ସନ୍ତୋଷ ମିଶ୍ର ପ୍ରମୁଖ ସଦଳବଳେ  ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଅମାନବୀୟ ଓ ଅତି କଦର୍ଯ୍ୟ ଭାବେ ଚାଲାଣ କରାଯାଉଥିବା ୧୮ ଟି ଗୋରୁ ଙ୍କୁ ଉଦ୍ଧାର କରିଥିବା ବେଳେ ଗାଡ଼ି ମଧ୍ୟରେ ୪ ଟି ଗୋରୁ ମରି ପଡ଼ିଥିବା ଦେଖିଥିଲେ। ୧୮ ଟି ଗୋରୁ କୁ ପାଟପୁର ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ବୃନ୍ଦ ଚିକିତ୍ସା କରିବା ପରେ ସ୍ଥାନୀୟ କିଛି ଚାଷୀ ଙ୍କୁ ୧୪ ଟି ଗୋରୁ ବାଣ୍ଟି ଦିଆଯାଇଥିବା ବେଳେ ୪ ଗୋରୁ କୁ ମୌଳାଭଞ୍ଜା ଗ୍ରାମ ସ୍ଥିତ ମଦନ ମୋହନ ଗୋ – ଶାଳା ରେ ଛଡାଯାଇଥିବା ଜଣାପଡ଼ିଛି।ମୃତ ଗୋରୁ ଗୁଡ଼ିକୁ ପୋଲିସ ଉପସ୍ଥିତିରେ ଜଲମରା ଗାଁ ପାହାଡ଼ ନିକଟରେ ଗାତ ଖୋଳି ପୋତି ଦିଆଯାଇଛି।ପୋଲିସ ଏନେଇ ମକଦ୍ଦମା ରୁଜୁ କରି  ଘଟଣାର ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ