ରଜ ମହୋତ୍ସବ ଉଦ୍‌ଘାଟିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡା ଠାରେ ଶ୍ରୀ ଜଗନ୍ନାଥ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଶୁକ୍ରବାର ୧୦ମ ବାର୍ଷିକ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଭୂମି ପୂଜନ ସହ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଭୂମି ପୂଜନ ଉତ୍ସବରେ ବିଶିଷ୍ଟ ନାଟ୍ୟକାର ତଥା ସମାଜସେବୀ ଡ.ସୁଧାଂଶୁ ଶେଖର ନାୟକ କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ । ଅପରାହ୍ନରେ କପାଳୀକ୍ଷେତ୍ରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ମହୋତ୍ସବ କମିଟିର ସଭ୍ୟ ଆଶିଷ ସାହୁ ଓ ତୁଷାରକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ସ୍ଥାନୀୟ ଠାକୁରାଣୀଙ୍କ ମଣ୍ଡପ ନିକଟରେ ପହଞ୍ôଚ ଥିଲା । ନରେନ୍ଦ୍ର ପୁଷ୍କରିଣୀରୁ ପୂର୍ଣ୍ଣ ଚନ୍ଦ୍ର ବାରିକ ଓ ପତ୍ନୀ ମନୋରମା ବାରିକ କଳସ ଆଣିବା ପରେ ପୂଜକ ପଦ୍ମଲୋଚନ କରଶର୍ମାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଉତ୍ସବର ପ୍ରଥମ ସନ୍ଧ୍ୟାରେ କମିଟିର ସଭାପତି ଡ.ଶୁଭେନ୍ଦ୍ର କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶୀ ଶେଖର କରଶର୍ମା, ଅଜୟ କୁମାର ପୃଷ୍ଟି, ହୃଷିକେଶ ମିଶ୍ର, ମହୋତ୍ସବ କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସନାତନ ସେଠୀ, ସମାଜସେବୀ ଭାଗୀରଥି ସେଠୀ, ଶିକ୍ଷକ ରମାକାନ୍ତ ଜେନା, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ ଯୋଗ ଦେଇ ଓଡିଆ ଜାତିର ସଂସ୍କୃତି, ପରମ୍ପରା ଓ ଏ୍ୟୌତିହ୍ୟକୁ ମହୋତ୍ସବ ମାଧ୍ୟମରେ ଉଦ୍‌ଜୀବିତ କରିହୁଏ ବୋଲି କହିଥିଲେ । ଏଥିରେ କମିଟିର ଉପଦେଷ୍ଟା ଗଣେଶ ପ୍ରସାଦ କରଶର୍ମା, ସୂର୍ଯ୍ୟମଣି ରାଉଳ, ସଭ୍ୟ ଶ୍ୟାମ ସୁନ୍ଦର ଜେନା, ବିଜୟ ବିଶ୍ୱାଳ, ସୁଧୀର କୁମାର ନାୟକ, ମାଧବାନନ୍ଦ ଦାସ, ନକୁଳ ବାରିକ, ସୁରେଶ ଦାସ, ଶ୍ରୀନିବାସ ବିଶ୍ୱାଳ, ପତଞ୍ଜଳୀ କରଶର୍ମା, ରାମ ଚନ୍ଦ୍ର ପରିଡା, ଉମାକାନ୍ତ ରାଉତ, ଅର୍ଜ୍ଜୁନ ଚରଣ ବାରିକ, ନକୁଳ ରାଉତ, କୁନା ସାହୁ, ପ୍ରଫୁଲ୍ଳ ରାଉତ, ପୂର୍ଣ୍ଣ ଚନ୍ଦ୍ର ରାଉତ, ଅନାଦି ବିଶ୍ୱାଳ, ପଞ୍ଚାନନ ନାୟକ, ରାହାସ ବିହାରୀ ନାୟକ, ରବିନ୍ଦ୍ର ରାଉତ, ସୁରେଶ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ଶୁଭେନ୍ଦ୍ର କୁମାର ବିଶ୍ୱାଳ, ମନୋଜ ବାରିକ, ଶରତ ରାଉଳ ପ୍ରମୁଖ ସହଯୋଗ କରିଥିଲେ । ଏହି ମହୋତ୍ସବ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ସଂଗୀତ, ନୃତ୍ୟ ପରିବେଷଣ ସହ କୁଇଜ୍ ପ୍ରତିଯୋଗିତା ଏବଂ ରଜ କୁଇନ ଚୟନ ଆଦି କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରତ୍ୟେହ ସନ୍ଧ୍ୟାରେ ଚଳଚିତ୍ର ଅଭିନେତା, ଅଭିନେତ୍ରୀ ଓ ଯାତ୍ରା ଜଗତର ଅଭିନେତା, ଅଭିନେତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ