ଓରାଳିରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଲା ରାମ ନବମୀ ଉତ୍ସବ

ହାଟଡ଼ିହି (ଓ୍ବାଇଏନଏସ): ହାଟଡ଼ିହି ବ୍ଲକର ଓରାଳି ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ଘଟୋତ୍ତଳନ କରାଯିବା ପରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ସମ୍ମୁଖ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ କାଠିଆ ପଣ୍ଡା ଓ ତାଙ୍କ ସହଯୋଗୀଙ୍କ ଦ୍ଵାରା ପୂଜାର୍ଚ୍ଚନା କରଯାଇଥିଲା। ସୁଧାଂଶୁ ଦକ୍ଷିଣ ରାୟ, ରଶ୍ମିରେଖା ଦକ୍ଷିଣରାୟ, ଯଜ୍ଞକର୍ମରେ କର୍ତ୍ତା ହୋଇଥିବା ବେଳେ ଭୀମସେନ ଜେନା, ଓ ତାଙ୍କ ଧର୍ମପତ୍ନୀ ଶ୍ରୀରାମଙ୍କ ପୂଜାରେ କର୍ତ୍ତା ଭାବେ ସାମିଲ ହୋଇଥିଲେ। ସୁରେନ୍ଦ୍ର ମହାନ୍ତି, ଗଙ୍ଗାଧର ସାହୁ, ବିଜୟ ରାଉତ, ଶଙ୍କର୍ଷଣ ସା, ରଞ୍ଜନ ସାମଲ, ଅର୍ଜୁନ ଜେନା, ଗୋପାଳ କୃଷ୍ଣ ମହାନ୍ତି, ଶିବ ସୁନ୍ଦର ଜେନା, ପ୍ରିୟ ରଞ୍ଜନ ବେହେରା ପ୍ରମୁଖ ସହକର୍ତ୍ତା ଭାବେ ସାମିଲ ହୋଇଥିଲେ। ପ୍ରାରମ୍ଭରେ ସୁର୍ଯ୍ୟ ପୂଜା, ଗୀତା ଯଜ୍ଞ, କରାଯାଇ ଅପରାହ୍ନରେ ୧୦୮ ଘୃତାହୁତୀ ପ୍ରଦାନ ସହ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା। ଏଥିପାଇଁ ଆଜି ରାମ ମନ୍ଦିରରେ ପଣ୍ଡିତ ନିରଞ୍ଜନ ପଣ୍ଡାଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜା ନୀତି କରାଯାଇ ଅଭିଷେକ କରଯାଇଥିଲା। ଶହ ଶହ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଅପରାହ୍ନରେ ଏକ ଶୋଭାଯାତ୍ରା ଓରାଳି ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ