ମୁନିଗୁଡାର ବିଜେଡି ବ୍ଲକ ସଭାପତି ଭାବେ ରତନଲାଲ ଜୈନ ଚୟନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ବିଜୁ ଜନତା ଦଳର ସୁପ୍ରିମ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାୟଗଡା ଜିଲ୍ଲାର ୧୧ ବ୍ଲକ ସହ ନଗରର ସଭାପତି ପଦ ଚୟନ କରିଥିବା ବେଳେ ଏହି ଅବସରରେ ପୁଣି ଥରେ ମୁନିଗୁଡା ବ୍ଲକରେ ବ୍ଲକ ସଭାପତି ଭାବେ ଜଣେ ସମାଜସେବୀ ତଥା ଦକ୍ଷ ଲିଡର ବା ନେତୃତ୍ୱଧୀନ ବ୍ୟକ୍ତି ଭାବେ ପରିଚିତ ସୃଷ୍ଟି କରିଥିବା ରତନଲାଲ ଜୈନଙ୍କୁ ଏହି ଦାୟିତ୍ୱ ପାଇଁ ଚୟନ କରାଯାଇଛି,ଏହି ସଭାପତି ପଦବୀ ଶ୍ରୀ ଜୈନ ଦୀର୍ଘ ବର୍ଷ ଧରି କାର୍ଯ୍ୟକାରୀ କରି ଆସୁଛନ୍ତି, ଶ୍ରୀ ଜୈନ ଏହି ସଭାପତି ପଦବୀ ପାଇବା ପରେ ତାଙ୍କୁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼,ସଂଗଠକ ପିଙ୍କୁ ପାତ୍ର,ବୃନ୍ଦାବନ ପାଢ଼ୀ,ପ୍ରେସ କ୍ଳବ,ପ୍ରଗତି ମଞ୍ଚ,ମୁନିଗୁଡା କ୍ରିକେଟ ଆସୋସିଏସନ ସହ ବିଭିନ୍ନ ସାମାଜିକ ସଂଗଠନ ଏବଂ ବିଭିନ୍ନ ମୋହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି, ଅନ୍ୟପଟେ ପୁଣି ଠାରେ ତାଙ୍କୁ ଏହି ଦାଇତ୍ୱ ଦେଇ ଥିବାରୁ ସେ ଦଳର ସୁପ୍ରିମ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ,ଜିଲ୍ଲା ସଭାପତି ଜଗନ୍ନାଥ ସାରକା,ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାସଙ୍କ ସମେତ ଅନ୍ୟ ଦଳୀୟ ନେତା ମାନଙ୍କୁ ସାଧୁବାଦ ଜଣାଇବା ସହ ଏହି ଦାଇତ୍ୱକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି ପ୍ରକାଶ କରିଥିଲେ,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ