ରଥଯାତ୍ରା ପ୍ରସ୍ତୁତି ବୈଠକ
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ବଞ୍ଚୋ ଠାରେ ହେବାକୁ ଥିବା ପ୍ରଭୁ ଦଧିବାମନଜୀଉଙ୍କ ରଥଯାତ୍ରା ପାଇଁ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରଥଯାତ୍ରା, ବାହୁଡା଼ ଯାତ୍ରା ଓ ସୁନାବେଶ କୁ କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେନେଇ ଆଲୋଚନା କରଯାଇଥିଲା। ଏହି ବୈଠକରେ ଉପଜିଲ୍ଲାପାଳ ନୀଳମାଧବ ସୁନା, ଆନନ୍ଦପୁର ଆଇ ଆଇ ସି ଫନିନ୍ଦ୍ର ନାଇକ, ରାଜସ୍ଵ ନୀରିକ୍ଷକ ଡିପ୍ତିମୟୀ ସାହୁ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଡ.ଅଶୋକ ପୁହାଣ, ରତିକାନ୍ତ ରାଉତ, ସୁଧାଂଶୁ ରାଉତ, ବିକ୍ରମ କେଶରୀ ରାୟ ସର୍ଦ୍ଦାର, ପ୍ରଶାନ୍ତ ପଟ୍ଟନାୟକ, କିର୍ତ୍ତନ ବିହାରୀ ନାୟକ, ଶଶାଙ୍କ ଶେଖର ପୁହାଣ, ପ୍ରହଲ୍ଲାଦ ଓଝା, ମୁକେଶ ରାଉତ, ଗିରିଧାରୀ ପଟ୍ଟନାୟକ, ସତ୍ୟାନନ୍ଦ ବରାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।