ରତିକାନ୍ତ ବ୍ଲକ ମହିଳା ସୁରକ୍ଷା କମିଟି ସଦସ୍ୟ ଭାବେ ପୁନଃ ମନୋନୀତ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଜିଲ୍ଲା ହାଟଡିହି ବ୍ଳକର ମହିଳା ସୁରକ୍ଷା କମିଟିର ସଦସ୍ୟ ଭାବେ ହାଟଡିହି ବ୍ଳକ ଉପାଧ୍ଯକ୍ଷ ତଥା ସମାଜସେବୀ ରତିକାନ୍ତ ରାଉତ ପୁନଃ ମନୋନୀତ ହୋଇଛନ୍ତି।  ପ୍ରଶାସନ ପକ୍ଷରୁ ତାଙ୍କୁ ଏହି କମିଟିର ସଦସ୍ୟ ଭାବେ ପୁନଃ ମନୋନୀତ କରାଯାଇଛି। ଏନେଇ  କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପ ଜିଲ୍ଲାପାଳ, ଆନନ୍ଦପୁର ଏସଡିପିଓ ଏବଂ ନନ୍ଦିପଦା, ଆନନ୍ଦପୁର, ସୋସୋ ଥାନା ଅଧିକାରୀ ମାନଙ୍କୁ ଚିଠି  ମାଧ୍ୟମରେ ଜଣାଇ ଦିଆଯାଇଛି। ଏହି କମିଟିରେ ହାଟଡିହି ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ  ଉମାମଣି ମହାପାତ୍ର ଏହାର ଅଧ୍ୟକ୍ଷ ଥିବାବେଳେ ସମାଜସେବୀ ରତିକାନ୍ତ ରାଉତ, ସଦସ୍ୟ ଆବାହକ ଥିବାବେଳେ ବଞ୍ଚୋ ରାଜସ୍ବ ନିରୀକ୍ଷକ ଦିପ୍ତିମୟୀ ସାହୁ  ଓ ଜେ.ଆର.ଏ କ୍ରୀଷ୍ଣା କୁମାରୀ ପଣ୍ଡା  ଏହାର ସଦସ୍ୟ ଅଛନ୍ତି। ହାଟଡିହି ବ୍ଳକ ଉପାଧ୍ଯକ୍ଷ ତଥା ସମାଜସେବୀ ରତିକାନ୍ତ ରାଉତଙ୍କ କାର୍ଯ୍ୟଧାରାକୁ ଦେଖି ତାଙ୍କୁ କମିଟିର ସଦସ୍ୟ ଭାବେ ପ୍ରଶାସନ ପକ୍ଷରୁ ମନୋନୀତ କରାଯାଇଛି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ତାଙ୍କୁ ଏପରି ଏକ ପଦବିରେ ରଖା ଯାଇଥିବାରୁ ସେ କମିଟିର କାର୍ଯ୍ୟଧାରା ଅନୁଯାୟୀ କାମ କରିବା ସ‌ହିତ ଏଥିପାଇଁ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀଯୁକ୍ତ ରାଉତ ପୂର୍ବରୁ ହାଟଡିହି ବ୍ଲକର ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଏ ଅଞ୍ଚଳର ବିଭିନ୍ନ ସାମାଜିଜ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସାମାଜିକ କର୍ମୀ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ