ରେମୁଣା ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ
ବାଲେଶ୍ବର (ସରୋଜ ପଣ୍ଡା): ସକାଳ ୧୦ ଘଟିକା ସମୟରେ ରେମୁଣା ବିଜେପି ପକ୍ଷରୁ ଖାନନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ କରିଥିଲେ। ମୁଖ୍ୟ ଅତିଥି ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ଜିଲ୍ଲା ଉପସଭା ନେତ୍ରୀ ମିନାକ୍ଷୀ ମହାପାତ୍ର, କମଳା ବିନ୍ଧାଣି, ରେମୁଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଆଶିଷ ଘୋଷ, ସକ୍ରିୟ ସଦସ୍ୟ ସମ୍ମିଳନୀ ସହ ସଂଯୋଜକ ଭୋଳାନାଥ ପାତ୍ର, ସିମୁଳିଆ ନିର୍ବାଚନମଣ୍ଡଳୀ ସାଂଗଠାନିକ ପ୍ରଭାରୀ ଚନ୍ଦ୍ର ଶେଖର ନନ୍ଦ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତାଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ସୂଚନା ଦେବା ସଙ୍ଗେ ସଙ୍ଗେ ଘର ଘର ବୁଲି ପ୍ରଚାର ପ୍ରସାର କରିବା ପାଇଁ ଆହ୍ବାନ ଦେଇଥିଲେ, ଜିଲ୍ଲା ସଭାପତି ତାଙ୍କ ବକ୍ତବ୍ୟରେ ଗତ ୨୦୨୫ ସାଧାରଣ ନିର୍ବାଚନର ସଫଳତା ଓ ସଂଗଠନାତ୍ମକ ବିସ୍ତାର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ, ରେମୁଣା ବିଧାୟକ ଶ୍ରୀ ଦାସ ଭାରତୀୟ ରାଜନୀତିରେ ବିଜେପି ଦ୍ଵାରା ଆସିଥିବା ପରିବର୍ତ୍ତନ ସମ୍ବନ୍ଧରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ କହିଥିଲେ, ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ରୂପେ ମୋଦୀ ଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଦିଗରେ ୧୧ ବର୍ଷର ସଫଳ ଯାତ୍ରା ସମ୍ବନ୍ଧରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ବୁଝାଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଓ ରେମୁଣା ନିର୍ବାଚନମଣ୍ଡଳୀ ପ୍ରଭାରୀ ନୂତନ ଭାବେ ଦାୟିତ୍ଵ ପାଇଥିବା ମଣ୍ଡଳ ସଭାପତି ମାନଙ୍କୁ ନୂତନ ମଣ୍ଡଳ କମିଟିର ସଂରଚନା ଓ ଦାୟିତ୍ଵ ବିଷୟରେ କହିଥିଲେ। ଶେଷରେ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ବ୍ଲକ ରେମୁଣା ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ,ମଣ୍ଡଳ ସଭାପତି ଉମାକାନ୍ତ ଜେନା, ରଘୁନାଥ ପରିଡ଼ା, ମାନସ କୁମାର ମହାନ୍ତି, ମାୟାଧର ପ୍ରଧାନ, ପ୍ରଫୁଲ୍ଲ ଦ୍ବିବେଦୀ, ବିବେକ ବିକାଶ ରାଉତ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ବିଭୂତି ରଞ୍ଜନ ସେନାପତି, ପ୍ରମୁଖ ଉପସ୍ଥିତ ଥିଲେ।