ହୃଦଘାତରେ ଆଖି ବୁଜିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ

କଟକ, (ଓ୍ବାଇଏନଏସ): ଜଣାଶୁଣା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । ହୃଦଘାତରେ ଆଖି ବୁଜିଛନ୍ତି । ସଂନ୍ଧ୍ୟା ୬ଟା ୧୮ ସମୟରେ ବିୟୋଗ ଘଟିଥିବା ସୂଚନା । ଆସନ୍ତାକାଲି ସତି ସଉରାରେ ହେବ ଅନ୍ତିମ ସଂସ୍କାର । ସୂଚନା ଥାଉକି, ମସ୍ତିଷ୍କାଘାତ ଯୋଗୁଁ ଗୁରୁତର ଅସୁସ୍ଥ ହୋଇ ଭେଣ୍ଟିଲେଟର୍ ସପୋର୍ଟରେ ଚିକିତ୍ସିତ ହେଉଥିଲେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଭେଣ୍ଟିଲେଟର୍ରେ ରହିବାର ୪୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲା ତଥାପି ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ଆସିନଥିଲା । ସୂଚନାଯୋଗ୍ୟ, ଶ୍ରୀମତୀ ପଟ୍ଟନାୟକ ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ସେଠାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ