ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ବାର୍ଷୀକ କ୍ରିଡା ଓ ବାର୍ଷୀକ ଉତ୍ସବରେ ଅତିଥିମାନଙ୍କ ଯୋଗଦାନ ପାଇଁ ଦାବିପତ୍ର

ନାଉଗାଁ, (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରିଡା ଓ ବାର୍ଷିକୋତ୍ସବରେ ଅତିଥିମାନେ ଯୋଗ ଦେବା ପାଇଁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୨ଟି ପୃଥକ ଦାବି କରାଯାଇଛି।ଉକ୍ତ ଦାବିପତ୍ରକୁ ଛାତ୍ର ଓମ୍ ପ୍ରକାଶ ବେହୁରା,ସୌଭାଗ୍ୟ ରଂଜନ ଜେନା,ଚିନ୍ମୟ ଲେଙ୍କା,ଚିତ୍ରସେନ ପରିଡା ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀଙ୍କ ସ୍ୱାକ୍ଷରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ଭାରାପ୍ରାପ୍ତ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ଲେଙ୍କାଙ୍କୁ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତିତ ଏହାର ଅବଗତି ନିମନ୍ତେ ଉପଜିଲାପାଳ ତଥା ପରିଚାଳନା କମିଟିର ସଭାପତି,ସଚ୍ଚିବ,ଉଚ୍ଚ ଶିକ୍ଷା ବିଭାଗ ଓଡିଶାଙ୍କୁ ପ୍ରଦାନ କରାଯାଇଛି। ଦାବି ମୁତାବକ ଏହି ଉତ୍ସବରେ ସାଂସଦ ବିଭୁପ୍ରସାଦ ତରାଇ,ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ଉପାଧ୍ୟକ୍ଷ ସୁଜିତ ପୁହାଣ, ଘୋଡାଂଶ ସରପଂଚ ନିହାର ରଂଜନ ବସ୍ତିଆ, ସମିତି ସଭ୍ୟ ତୁଷାରକାନ୍ତ ବାରିକ,ନାଉଗାଁ ସରପଂଚ ପ୍ରାଚୀ ସାଗରିକା ଜେନା, ସମିତି ସଭ୍ୟା ମାନସୀ ଲେଙ୍କା,ଏବଂ ଦୁଇଟି ଜୋନର ଜିଲା ପରିଷଦ ସଭ୍ୟା ଆଦିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବା ପାଇଁ ଦାବି କରାଯାଇଛି। ଉପରୋକ୍ତ ବ୍ୟକ୍ତି ବିଶେଷ ଅତିଥି ରୂପେ ଯୋଗ ଦେଲେ ସେମାନେ ଛାତ୍ରଛାତ୍ରୀଙ୍କର ପ୍ରେରଣାର ଉତ୍ସ ହେବା ସହ ସେମାନଙ୍କ ମାର୍ଗଦର୍ଶନ,ସହଯୋଗ ଓ ସମର୍ଥନ ମାଧ୍ୟମରେ ମହାବିଦ୍ୟାଳୟର ସାମଗ୍ରିକ ବିକାଶରେ ସୁଧାର ଆସି ପାରିବ ବୋଲି ଦାବିରେ ଉଲ୍ଲେଖ କରାଯାଇଛି। ଯଦି ଉପରୋକ୍ତ ଅତିଥିମାନଙ୍କ ମଧ୍ୟରେ କାହାକୁ ମହାବିଦ୍ୟାଳୟ ତରଫରୁ ବାଦ କରାଯାଏ ତେବେ ଛାତ୍ରଛାତ୍ରୀମାନେ ଧାରଣା ଦେବାକୁ ଚେତାବନୀ ପ୍ରଦାନ କରିଛନ୍ତି। ଏସଂକ୍ରାନ୍ତରେ ମହାବିଦ୍ୟ।।ଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ଲେଙ୍କାଙ୍କୁ ପଚାରିବାରେ ଅଧ୍ୟକ୍ଷ ଛୁଟିରେ ଅଛନ୍ତି। କାର୍ଯ୍ୟରେ ଯୋଗ ଦେଲେ ଆଲୋଚନା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ