ମାରଦା ମହୋତ୍ସବ ପାଇଁ ଶୁଭଖଣ୍ଟି ସ୍ଥାପନ ଓ ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ
ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ମହୋତ୍ସବ ଆସନ୍ତା ଜାନୁଆରୀ ୧୪,୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୦୮/୦୧/୨୬ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ସହିତ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖକୁ ନିମନ୍ତ୍ରଣ ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେବା ସହ ପ୍ରଶାସନିକ ଅଧିକାରୀ ବୃନ୍ଦ, ମାରଦା ମହୋତ୍ସବ କମିଟି ବୃନ୍ଦ ଓ ଉପସ୍ଥିତ ଜନସାଧାରଣ ଯୋଗଦେଇ ମହୋତ୍ସବ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା ଭାବେ କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା ଓ ସମ୍ପାଦକ ଭବାନୀଶଙ୍କର ରଥ ଦାୟିତ୍ୱ ସମ୍ପାଦନା କରିଥିଲେ ଏବଂ ପୁରୋହିତ ଲକ୍ଷ୍ମୀଚରଣ ମିଶ୍ର ଯଜ୍ଞ କାର୍ଯ୍ୟ ଓ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶରଣ ଶ୍ରୀକ୍ଷେତ୍ର ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟକୁ ଯାଇ ନିମନ୍ତ୍ରଣ ପତ୍ର ଦେଇ ନିମନ୍ତ୍ରିତ କରିଥିଲେ। ବିଡ଼ିଓ ଶଶିଭୂଷଣ ମହାପାତ୍ର, ତହସିଲଦାର ଦିପ୍ତିମୟୀ ପାତ୍ର, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା, ପୋଲିସ ଆଇଆଇସି କୌଶିକ ମାଝୀ, ଉପସଭାପତି ମୋତିରାମ ସାହୁ, ବରିଷ୍ଠ ସମାଜସେବୀ ତଥା ଟ୍ରଷ୍ଟି ଶ୍ୟାମସୁନ୍ଦର ସାହୁ, କୋଷାଧ୍ୟକ୍ଷ କାମ୍ପ ବାଢେଇ, ସହ ସମ୍ପାଦକ ଦେବାଶିଷ ସ୍ବାଇଁ, ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନ, ପବିତ୍ର କୁମାର ନାୟକ, ରଘୁନାଥ ପଣ୍ଡା, ମହେଶ୍ୱର ପରିଡ଼ା, ଦିପକ କୁମାର ପୋଲାଇ, ରାଜେନ୍ଦ୍ର ପାତ୍ର, ମନୋଜ କୁମାର ଖଟୁଆ, ରାମକୃଷ୍ଣ ପ୍ରଧାନ, ପ୍ରଶନ କୁମାର ଡାକୁଆ, ଗାୟତ୍ରୀ ଜେନା, ଶିବାନୀ ସାହାଣୀ, ପ୍ରତିମା ସାହୁ, ଗୀତାଞ୍ଜଳି ନାୟକ, କସ୍ତୁରୀ ସାହୁ ସମେତ ମହୋତ୍ସବ କମିଟି ବୃନ୍ଦ ଓ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


