ଚକ୍ଷୁ ଚିକିତ୍ସାଳୟରେ ରେଟିନା ଓ ଫାକୋ ମେସିନ ଉଦଘାଟିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ନୂତନ ରେଟିନା ଓ ଫାକୋ ମେସିନ ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରୋଟାରୀ କ୍ଲବର ପୂର୍ବତନ ଜିଲ୍ଲା ଗଭର୍ନର ୟଜ୍ଞାଶିଷ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ପୂର୍ବତନ ମୁଖ୍ୟଶାସନ ସଚିବ ଡି.ଏନ.ପାଢି ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ମେସିନ ଦ୍ୱାରା ଚକ୍ଷୁର ପଛପାଶ୍ୱର୍ର ଫଟୋ ଉଠାଇବା ସହଜ ହୋଇପାରିବ। ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା.ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବିଏସ ଗାର୍ଡେନରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମୁଖ୍ୟଶାସନ ସଚିବ ଶ୍ରୀ ପାଢି କହିଲେ ଓସ୍ତପୁର ଭଳି ଏକ ନିପଟ ମଫସଲରେ ଏକ ମହତ ଉଦେଶ୍ୟରେ ଏଭଳି ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠାକରି ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଏଭଳି ସେବା ଯୋଗାଇଦେବା ଆଜିର ଦୁନିଆରେ ବିରଳ ବୋଲି ବକ୍ତବ୍ୟ ରଖିଥିଲେ। ଏଥିସହିତ ଦୃଷ୍ଟିବାଧିତଙ୍କ ପାଇଁ ଉପସ୍ଥିତ ଲୋକମାନଙ୍କୁ ଚକ୍ଷୁଦାନ କରିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକର ସଭାପତି ରୋଟାରିଆନ ସଙ୍ଘମିତ୍ରା ରଥ, ପୂର୍ବତନ କେନ୍ଦ୍ରାପଡା ନଗରପାଳ ରୋସ୍ôନା ସାହୁ, ରୋଟାରିଆନ ଲକ୍ଷ୍ମୀକାନ୍ତ ପାଲିତ, ଦିବ୍ୟରଞ୍ଜନ ଦାଶ, କାର୍ତ୍ତିକ ଦାସ, ନିରଜନୟନ ଦତ୍ତ, ସୁଧିର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ବିମଳ ତ୍ରିପାଠୀ ଏବଂ ତାଙ୍କ ସୁପୁତ୍ର ଡାକ୍ତର ସରୋଜ କୁମାର ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ଜଣେ ସୁଯୋଗ୍ୟ ସନ୍ତାନ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚିକିତ୍ସାଳୁୟର କର୍ମଚାରୀ ସୁଚିସ୍ମିତା, ସତ୍ୟବ୍ରତ ସିଂହ, ଶିଖା, ଶୃତି, ଦିପ୍ତୀ, ବେଣୁଧର, ନଟବର, ଖଗେଶ୍ୱର ଓ ଶତୃଘ୍ନଙ୍କୁ ପୁଷ୍ପଗୁଛ ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମନୋଜ ସାହୁ, ସଞ୍ଜୟ ଜେନାଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ