ମା’ ଗୃହ ପ୍ରତିଷ୍ଠା ପାଇଁ ସାଂସଦଙ୍କୁ ପତ୍ର

ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ ଠାରେ ମା ଗୃହ ପ୍ରତିଷ୍ଠା ପାଇଁ ‘କେନ୍ଦୁଝର ବଞ୍ଚାଅ ମଞ୍ଚ’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି l ହଡଦଗଡ ଓ କେ ବାଲିପାଳ ପଞ୍ଚାୟତ ଦୁଇଟି  ଗିରି ଦୁର୍ଗମ ଅପହଂଚ ଇଲାକା ହୋଇଥିବା ବେଳେ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି l ଗର୍ଭବତୀ ମହିଳା ମାନେ ହଦଗଡ ଜଳ ଭଣ୍ଡାର ପାର ହୋଇନପାରି ଅକାଳରେ ଜୀବନ ହାରୁଛନ୍ତି l ଯଦି ସେଠାରେ ଏକା ମା ଗୃହ ହୋଇପାରନ୍ତା ଆଦିବାସୀ ମା ମାନେ ଭଲ ସ୍ୱାସ୍ଥ୍ୟ ସେବା ପାଇପାରନ୍ତେ l ବିଗତ ଦିନରେ ଜାତୀୟ ସ୍ୱାସ୍ଥ୍ୟ ମିଶନର  ଜିଲ୍ଲା ପ୍ରକଳ୍ପ ପରିଚାଳକଙ୍କୁ  ଏ ନେଇ ବାରମ୍ବାର ଦାବି କରିଆସୁଥିଲେ ବି କୌଣସି ସୁଫଳ ମିଳିପାରିନାହିଁ l ଚଳିତ ବର୍ଷ ଜିଲ୍ଲାପାଳଙ୍କ ୱେବସାଇଟ ରେ ଦଶଗୋଟି ମା ଗୃହ ବିଜ୍ଞାପନ ଦେଇଯାଇଥିବା ବେଳେ ହଦଗଡ଼ ସେଥିରୁ ବଞ୍ଚିତ ହୋଇଛି l କେନ୍ଦୁଝର ବଞ୍ଚାଅ ମଞ୍ଚର  ପ୍ରତିଷ୍ଠାତା ବିଶ୍ୱରଂଜନ ବେହେରା ସାଂସଦ ଙ୍କୁ ଭେଟି ହଦଗଡ଼ ଠାରେ ମା ଗୃହ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ