ବିରିକୋଟରେ ନୂତନ ବ୍ଲକ ପ୍ରତିଷ୍ଠା ଦାବି

ମୋହନା(ଓ୍ବାଇଏନଏସ) ଗଜପତି ଜିଲ୍ଲା ମୋହନା ବ୍ଲକକୁ ବିଭାଜନ କରି ବିରିକୋଟରେ ନୂତନ ବ୍ଲକ ପ୍ରତିଷ୍ଠା ଦାବି କରିଛନ୍ତି ବିରିକୋଟ ଆଞ୍ଚଳିକ ଉନ୍ନୟନ ପରିଷଦ l ଏନେଇ ଏକ ଦାବିପତ୍ର ଗୁରୁବାର ମୋହନା ବିଡିଓ ରାଜୀବ ଦାସ ଙ୍କୁ ପ୍ରଦାନ କରିଛି ପରିଷଦ l ମୋହନା ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ହୋଇଥିବl ବେଳେ ୩୯ ଟି ପଂଚାୟତ ରହିଛି l ମୋହନା ବ୍ଲକ ସଦର ମହକୁମା ଠାରୁ ବିରିକୋଟ ଅଞ୍ଚଳରେ ଥିବା ପଞ୍ଚାୟତ ଗୁଡ଼ିକର ଦୂରତା ପ୍ରାୟ ୨୫ ରୁ ୮୦ କିଲୋମିଟର ମଧ୍ୟରେ ରହିଛି l ତେଣୁ ବ୍ଲକ କାର୍ଯ୍ୟାଳୟକୁ ଯିବାପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ବିରିକୋଟ, ଖlରିଗୁଡ଼l, ମlଣ୍ଡିମେରl, ରାଇପଙ୍କl, ଗୁଲୁବା, ଡେଙ୍ଗେସଖାଲ, ଗୁରୁଝୁଳି, ଗରଡମା ଓ ନୂଆଗଡ ବ୍ଲକ୍ ର କିରlମା ଆଦି ୯ ଟି ପଂଚାୟତ କୁ ନେଇ ବିରିକୋଟ ରେ ନୂତନ ବ୍ଲକ ପ୍ରତିଷ୍ଠା କରାଗଲେ ଲୋକେ ଉପକୃତ ହୋଇପାରିବେ l ତେଣୁ ଏଥିପ୍ରତି ସରକାର ବିଚାର କରି ଲୋକଙ୍କ ବୃହତ୍ତର ସ୍ବାର୍ଥ କୁ ଦୃଷ୍ଟିଦେବାକୁ ଉକ୍ତ ୯ ଗୋଟି ପଂଚାୟତ ବାସି ନିବେଦନ କରିଛନ୍ତି l ଏଥିସହ ୮ ଟି ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି l ଏହି ଦାବି ପତ୍ର ପ୍ରଦାନ ବେଳେ ବିରିକୋଟ ଆଞ୍ଚଳିକ ଉନ୍ନୟନ ପରିଷଦର ସଭାପତି ମୋଶl ମାଝୀ ଙ୍କ ସମେତ ସମସ୍ତ ପଞ୍ଚାୟତର ପ୍ରତିନିଧି ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ