ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ବାଙ୍ଗୋର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ମହାନ୍ତିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ସମାଜ ସେବୀ ରଘୁନାଥ ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ହରମୋହନ ପଣ୍ଡା, ସାମ୍ମାନିତ ଅତିଥି ଭାବେ ଶିକ୍ଷକ ଶରତ ଚନ୍ଦ୍ର ପଣ୍ଡା, ପୂର୍ବତନ ସରପଞ୍ଚ ବସନ୍ତ କୁମାର ପଢିଆରୀ, ସମିତି ସଭ୍ୟା ମନୋରମା ପଣ୍ଡା, ଉର୍ମିଳା ସାହୁ, ଅନାଦି ଚରଣ ବିନ୍ଧାଣି ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହ ଅବସର ଜୀବନ ନିରାମୟ ଓ ଶୁଖମୟ ହେଉ ବୋଲି କାମନା କରିଥିଲେ l ବିଦ୍ୟାଳୟର ଶିକ୍ଷୟତ୍ରୀ ବାସନ୍ତୀ ତ୍ରିପାଠୀ, ମାନସୀ ମିଶ୍ର, ପ୍ରମୋଦିନୀ ଜେନା, ଶୈଳବାଳା ରଣା, ପ୍ରସନ୍ନ କୁମାର ବେହେରା, କର୍ମଚାରୀ ବାସନ୍ତୀ ନାଇକ, ନରେନ୍ଦ୍ର କୁମାର ପୃଷ୍ଟି ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ l


