ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନାଙ୍କୁ ବ୍ଲକ ପକ୍ଷରୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି। ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସର ସମ୍ବର୍ଦ୍ଧନା ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ନୂତନ ଭାବେ ଯୋଗଦେଇ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ ଦାସ, ଏପିଓ ଭୈରେବେନ୍ଦ୍ର ତ୍ରୀପାଠୀ ପ୍ରମୁଖ ଯୋଗଦେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନାଙ୍କ କର୍ମମୟ ଜୀବନ , ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ। ତାଙ୍କ ରହଣିକାଳ ସମୟରେ ସେ କିପରି ବ୍ଲକର ସୁନାମକୁ ଆଗେଇ ନେବାରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ତାହା ଉପରେ କର୍ମଚାରୀ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ତାଙ୍କୁ ବ୍ଲକ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଯନ୍ତ୍ରୀ ମଦନ ମୋହନ ବେହେରା, ରବୀନ୍ଦ୍ର ସୋରେନ, ଧିରେନ୍ ମହାଳିକ, ପ୍ରଫୁଲ୍ଲ କୁମାର ବେହେରା, କ୍ଷେତ୍ର ମୋହନ ମାରାଣ୍ଡି, ମିଞ୍ଜ ସହରାଇ, ମୂଖ୍ୟ କିରାଣି ଶ୍ରବଣ କୁମାର ପରିଡ଼ା, ହରେକୃଷ୍ଣ ପ୍ରଧାନ, ପ୍ରତାପ ବୈଠା, ଜିପିଓ ଦିବ୍ୟଜ୍ୟୋତି ଦାସ, ପିଇଓ ଶରତ କୁମାର ବେଜ, ଜିତେନ୍ଦ୍ର କୁମାର ଜେନା, ସୁରେଶ ସେଠୀ, ସିପି ସୁବ୍ରତ କୁମାର ନାୟକ, ଏସ ପ୍ରତୀକ ଆନନ୍ଦଙ୍କ ସମେତ ସମସ୍ତ ପିଇଓ, ଏଡିଓ, ବିଫଟି ପ୍ରମୁଖ ଉପସ୍ଥିତ ଥିଲେ।