୨୦୧୩ ମାଟ୍ରିକ ବ୍ୟାଚ୍ ଛାତ୍ରୀଛାତ୍ର ଙ୍କ ପକ୍ଷରୁ ବନ୍ଧୁମିଳନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଗ୍ରାମ ହାଇସ୍କୁଲ ୨୦୧୩ ମାଟ୍ରିକ ବ୍ଯାଚର ପୁରାତନ  ଛାତ୍ରୀଛାତ୍ର ଙ୍କ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଳକ  ମା’ ମହୁରୀ କାଳୁଆ ଶକ୍ତିପୀଠ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପୁରାତନ ଛାତ୍ରୀଛାତ୍ର ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ସେହି ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ପରସ୍ପର ଭିତରେ ଖୁସି ବାଣ୍ଟିବା ସହ ମଜାଦାର ବାର୍ତ୍ତାଳାପ କରିଥିଲେ ।ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ୨ ଜଣ ପୁରାତନ ଛାତ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ବିୟୋଗରେ ସେମାନଙ୍କ ସ୍ମୃତିଚାରଣ କରାଯିବା ସହ ସେମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା  କରାଯାଇଥିଲା। ଉପସ୍ଥିତ ଥିବା ପୁରାତନ  ଛାତ୍ରୀଛାତ୍ର ବୃନ୍ଦ  ଦୀର୍ଘ ଦିନ ପରେ ଏକାଠି ହୋଇଥିବାରୁ ପ୍ରଥମେ ନିଜ ନିଜର ପରିଚୟ ପ୍ରଦାନ କରି ପରଷ୍ପର ଙ୍କୁ ସ୍ବାଗତ ଶୁଭେଚ୍ଛା ଜଣାଇଥିଲେ।ପରେ ପାଠପଢ଼ା ସମୟର ସେହି ରୋଚକ ସ୍ମୃତିକୁ ମନେପକାଇ କିଛି ଛାତ୍ରୀଛାତ୍ର ଭାବ ବିହ୍ୱଳ ହୋଇପଡିଥିଲେ।ସେମାନେ ହଜିଲା ଅତୀତର ସ୍ମୃତି ଗୁଡ଼ିକୁ ମନେ ପକାଇଥିଲେ। କ୍ଲାସ ରୁମ୍ ରେ ବିଗତ ଦିନର ଅମଳିନ ଏବଂ ଅପାସୋରା କଥା ଗୁଡ଼ିକୁ କିଛି ଛାତ୍ର ଖୁବ୍ ଭାବ ବିହ୍ୱଳ ହୋଇ ସଭାରେ ଉପସ୍ଥାପନ କରିଥିଲେ। ଅନ୍ୟ କିଛି ଛାତ୍ର ସ୍କୁଲ ବାହାରେ ଏବଂ ଟ୍ୟୁସନ୍  ରେ ଘଟିଥିବା ନିଜ ନିଜର ଖଟା ମିଠା ଅନୁଭବ ଗୁଡ଼ିକୁ ସଭାରେ ବଖାଣି ଥିଲେ। ଶେଷରେ ପୁରାତନ  ଛାତ୍ରୀଛାତ୍ର ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ନାଚ ଓ ଗୀତର ଆସର କରାଯାଇଥିଲା।ଏହି ପରିପ୍ରେକ୍ଷୀରେ  ଛାତ୍ରୀଛାତ୍ର ଙ୍କ ଦ୍ବାରା ଆଗାମୀ ଦିନରେ ଏକ କମିଟି ଗଠନ କରାଯିବ ବୋଲିି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧ ଶହରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ