୧୯୮୧ ମସିହା ମାଟ୍ରିକ ବ୍ୟାଚ୍ଙ୍କ ବନ୍ଧୁମିଳନ ଉତ୍ସବ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୧ ମସିହା ମାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ ତିହୁଡାସ୍ଥିତ ମା’ଜାଗୁଲାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ମା’ଙ୍କର ପୂଜାର୍ଚ୍ଚନା କରିବା ସହିତ ବିଶ୍ୱର କଲ୍ୟାଣ ପାଇଁ ସମୁହ ଦୀପ ଦାନ କରିଥିଲେ। ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର କଳାକାରମାନେ ଯୋଗ ଦେଇ ସଙ୍ଗୀତ ମାଧ୍ୟମରେ ଅତିତ ସ୍ମୃତିକୁ ମନେ ପକାଇଥିଲେ।ଏହି ବ୍ୟାଚ୍ର ଯେଉଁ ବନ୍ଧୁମାନେ ସ୍ୱର୍ଗବାସୀ ହୋଇଛନ୍ତି ସେମାନଙ୍କ ନିମନ୍ତେ ୧ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ବହୁ ଦିନ ପରେ ସମସ୍ତ ସାଥୀ ମାନେ ଏକତ୍ରତ ହୋଇ ନିଜ ନିଜର ଅଭୂଲା ସ୍ମୃତି କୁ ମନେ ପକାଇଥିଲେ। ଆଗାମୀ ଦିନରେ ଦୁର୍ଗତ ମଣିଷଙ୍କ ସେବା ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇ ଅସହାୟ ଓ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ କୁହୁକିନୀ ରାଉତରାୟ,ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀ, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ବୈଷ୍ଣବ ଚରଣ ଦାସ ଆଦି ଯୋଗ ଦେଇଥିଲେ।


