୨୦୦୦ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

 ପୋଲସରା(ଓ୍ବାଇଏନଏସ): ଚଳିତ ମାସ ମାସନ୍ତ ଦିବସରେ ପୋଲସରା ବ୍ଳକ ନିମିନା ଗ୍ରାମ ପଞ୍ଚାୟତର ସାନ ବରଗାଁ ସ୍ଥିତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟର ୧୯୯୯-୨୦୦୦ ମ୍ୟାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଚର  ୪୮ ଜଣ ଛାତ୍ରଛାତ୍ରୀ ନିଜ ନିଜର ପରିବାର ସହିତ ଯୋଗଦେଇଥିଲେ। ନିଜର ଜ୍ଞାନ ମନ୍ଦିର ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟର ସାଂସ୍କୃତିକ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ଛବିଲାଲ ମହାନ୍ତି, ଅଭିମନ୍ୟୁ ପ୍ରଧାନ, ଶ୍ରୀନିବାସ ମିଶ୍ର, ପ୍ରଭାତ କୁମାର ତ୍ରିପାଠୀ, ପ୍ରଭାକର ସାହୁ ଓ ଭଗବାନ ସାହୁ ଏବଂ ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଡାକ୍ତର ସାହୁ, ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଲଳିତ ମୋହନ ତ୍ରିପାଠୀ ଅତିଥିଭାବେ ଯୋଗଦେଇଥିଲେ। ୨୦୦୦ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ବୃନ୍ଦ ନିଜର ପ୍ରିୟ ଗୁରୁମାନଙ୍କୁ  ସ୍ଵାଗତ କରି ମଥାରେ ତିଳକ, ପୁଷ୍ପ ମାଲ୍ୟାର୍ପଣ କରି ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ଛାତ୍ରଛାତ୍ରୀମାନେ ନିଜର ପୁରାତନ ସ୍ମୃତି ମନ୍ଥନ କରିବା ସହିତ ଆଜିର କର୍ମମୟ ଜୀବନରେ ସମ୍ମାନର ସହିତ ବଞ୍ଚିବାର ରାସ୍ତା ଗୁରୁମାନଙ୍କ ଠାରୁ ଶିଖିଥିବା ଆଦର୍ଶ ବୋଲି ଭାବବିହ୍ୱଳ କଣ୍ଠରେ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ବୃନ୍ଦ ନିଜର ଗୁରୁଜୀମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ସହିତ ଡାଏରୀ ପ୍ରଦାନ କରି  ସମ୍ମାନୀତ କରିଥିଲେ। ପ୍ରାରମ୍ଭରେ ଜାତୀୟ ସଂଗୀତ ସାମୂହିକ ଭାବେ ଗାନ କରାଯିବା ପରେ ବ୍ୟାଚର ୨ ଜଣ ଦିବ°ଗତ ସହପାଠୀଙ୍କ ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ବ୍ରହ୍ମପୁରର ନର୍ସିଂଛାତ୍ରୀ ଆୟୁସ୍ମିତା ଗୌଡ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସ୍ୱାଗତ କରିଥିବା ବେଳେ  ବ୍ରହ୍ମପୁର ଡିପଲ୍ ସ୍କୁଲର  ୮ମ ଶ୍ରେଣୀ ଛାତ୍ରୀ ଆରାଧ୍ୟା ରାଣୀ ସାହୁ ଅତି ସୁନ୍ଦର ଭାବେ ମଂଚ ପରିଚାଳନା କରି ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରଶ°ସିତ ହୋଇଥିଲେ। ସମ୍ପୂର୍ଣ୍ଣ ସଭା କାର୍ଯ୍ୟକ୍ରମଟି ବ୍ୟାଚର ଛାତ୍ର ବୋଦ୍ଧାଦିତ୍ୟ  ସାହୁ ଓ ଛାତ୍ରୀ ରଶ୍ମିତା ସାହୁ ଉଭୟଙ୍କ ବଳିଷ୍ଠ ନେତୃତ୍ୱରେ ସମ୍ପାଦିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ