କଟକରେ ରଥଯାତ୍ରା
କଟକ, (ଓ୍ବାଇଏନଏସ): କଟକ ମେୟର ଶ୍ରୀ ସୁବାସ ସିଂହ କଟକ ସହରର ପ୍ରମୁଖ ରଥ ଯାତ୍ରା ଆୟୋଜିତ ସ୍ଥାନରେ ପହଞ୍ଚି ରଥଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରି ଅଶ୍ରୀବାଦ ନେଇଥିଲେ। ଏହି ସମୟରେ ସେ ଉପସ୍ଥିତ ଆୟୋଜକ କମିଟ ସଦସ୍ୟ ଙ୍କୁ ଠାରୁ ପରିମଳ, ସ୍ୱଛତା , ପାନୀୟ ଜଳ ଯୋଗାଣ ଓ ସୁରକ୍ଷା ବିଷୟରେ ପଚାରି ବୁଝିଥିଲେ ଓ ଯେକୌଣସି ପରିସ୍ଥିରେ କିଛି ସାହାଯ୍ୟ ଦରକାର ପଡିଲେ କଟକ ମହାନଗର ନିଗମ ଯଥା ଶୀଘ୍ର ସାହାଯ୍ୟର କରିବ ବୋଲି କହିଥିଲେ।