ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଆହତ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଧିନସ୍ଥ ଅନହରପୁର ବଜାରରେ ଦୁଇଟି ବାଇକ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଅଧିନ ନୂଆପଡା ଗ୍ରାମର ନିରଞ୍ଜନ ବେହେରା( ୫୬) ଜଣାପଡିଛି। ସେ ତାଙ୍କ ଝିଅ ଘର ଇଛଦାରୁ ବାଇକରେ ଫେରୁ ଥିବା ବେଳେ ଅନହରପୁର ଗ୍ରାମର ଅଖିଳ ସ୍ୱାଇଁଙ୍କ ପୁଅ ସତ୍ୟ ଜିତ ସ୍ୱାଇଁ ଦୃତ ଗତିରେ ଆସି ନିଜ ବାଇକ ଆଣି ନିରଞ୍ଜନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ନିରଞ୍ଜନ ବେହେରାଙ୍କ ମୃତୁ ଘଟିଥିଲା ଓ ସତ୍ୟଜିତ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇ ଥିବା ସୂଚନା ଦିଆଯାଇଛି। ନିରଞ୍ଜନଙ୍କ ପୁତୁରା ରତିକାନ୍ତ ବେହେରା ଅଭିଯୋଗ କ୍ରମେ ଥାନା କେସ ନଂ ୪୫୩/୧୯/୧୦/୨୬ରେ ଏକ ମାମଲା ରୁଜୁ କରି ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ନାରାୟଣ ନାୟକ ଅଧିକ ତଦନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି।ତେବେ ଉଭୟଙ୍କ ଦୁଇଟି ବାଇକକୁ ଜବତ କରି ଥାନାରେ ଅଟକ ରଖିଥିବା ଜଣାପଡିଛି।


