ପଟ୍ଟାଭୁକ୍ତ ଜମିରେ ରାସ୍ତା ନିର୍ମାଣ ବିବାଦ, ଚିହ୍ନଟକୁ ନେଇ ଜମି ମାଲିକଙ୍କ ଅସନ୍ତୋଷ

ହାଟଡିହି,(ବିକାଶ ବିଶ୍ବାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପଟ୍ଟା ଭୁକ୍ତ ଜମିରେ ରାସ୍ତା ନିର୍ମାଣକୁ ନେଇ ଉତ୍ତଜନା ପ୍ରକାଶ ପାଇଛି।  ସରକାରଙ୍କର ଅନୁଦାନରେ ଆର.ଡି ବିଭାଗ ପକ୍ଷରୁ ଧରମପୁର ଠାରୁ ଶୀଳପୋଖରୀ ଓ ମିଠିଗାଁ ପର୍ଯ୍ୟନ୍ତ ରାସ୍ତା ସଂଯୋଗୀକରଣ ପାଇଁ କାର୍ଯ୍ୟ ଚାଲିଛି। କିନ୍ତୁ ଧରମପୁରର ଜଣେ ବ୍ୟକ୍ତି ନିଜ ପଟ୍ଟାଭୂକ୍ତ ଜମିରେ ରାସ୍ତା ଯାଉଥ‌ିବାରୁ ଗତବର୍ଷ ଠାରୁ ରାସ୍ତା  ନିର୍ମାଣ କାର୍ଯ୍ୟକୁ  ବିରୋଧ କରିଆସୁଛନ୍ତି। ଏପରିକି ଗତବର୍ଷ ରାସ୍ତା ନିର୍ମାଣ ସମୟରେ ନରହରି ବେହେରାଙ୍କ ସପରିବାର ଧାରଣାରେ ବସି କାର୍ଯ୍ୟକୁ ବିରୋଧ କରିଥିଲେ। କିନ୍ତୁ ବିଭାଗ ପକ୍ଷରୁ ତହସିଲ ମାଧ୍ୟମରେ ଜମି ଚିହ୍ନଟ କରାଗଲା ନାହିଁ। ଏନେଇ ଗତ ମେ ମାସ ୨୫ ତାରିଖରେ ପୁନଶ୍ଚ ବିବାଦ ହେବା ସହ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ତହସିଲକୁ ଅବଗତ କରିବା ପରେ ଆଜି ଜମି ଚିହ୍ନଟ କରଯାଇଥିଲା। କିନ୍ତୁ ଜମି ମାଲିକ ନରହରି ବେହେରାଙ୍କ ପରିବାର ଏଥିରେ ସନ୍ତୁଷ୍ଟ ହୋଇ ନଥିବା କହିଛନ୍ତି। ଜମି ମାପ ବେଳେ ତାଙ୍କର ୬ଡିସିମିଲ ଜମି ଚିହ୍ନଟ ହୋଇ ପାରୁନଥିବାରୁ ସେ ଆଇନ ର ଆଶ୍ରୟ ନେବେ ବୋଲି ନରହରି କହିଛନ୍ତି। ଏନେଇ ସେ ଆଜି ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ