ରୋଟାରୀ କ୍ଲବ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ

ବେତନଟୀ  ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ରୋଟାରୀ କ୍ଲବ ଆନୁକୂଲ୍ୟରେ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ମିଶନ ଗ୍ରୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଯାୟୀ ସଭାପତି ୨0୨ ୫ -୨୬ ବର୍ଷର ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଶତାଧିକ ବୃକ୍ଷ ପ୍ରେମୀଙ୍କୁ ବିଭିନ୍ନ କିସମର ଚାରା ଯଥା ପିଜୁଳି, ପଣସ, ଅଁଳା, ଚମ୍ପା, ଜାମୁ, ବଉଳ ଇତ୍ୟାଦି ବଣ୍ଟନ କରାଯାଇଥିଲା | ବେତନଟୀ ବନାଞ୍ଚଳ ଅଧିକାରୀ ମନୱାର ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରୋଟାରୀ କ୍ଲବର ଏହି ସାମାଜିକ କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ |କେବଳ ଜଙ୍ଗଲ ସୃଷ୍ଟି କଲେ ହେବନାହିଁ, ଏହାର ରକ୍ଷଣା ବେକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ | ବୃକ୍ଷ ଅଭାବରୁ ପରିବେଶ କିପରି ବିପର୍ଯ୍ୟସ୍ଥ ହୋଇପଡୁଛି ସେ ସମ୍ପର୍କରେ କେତେକ ପରାମର୍ଶ ପ୍ରଦାନ କରିଥିଲେ | ସମ୍ପାଦକ ରବୀନ୍ଦ୍ରନାଥ ମିଶ୍ର ଗଛର ଉପକାରିତା ସମ୍ପର୍କରେ ଅଭାସି ମନ୍ତବ୍ୟ ରଖିଥିଲେ | ଚାଟାର୍ଡ଼ ସଭାପତି ଶୈଳେନ୍ଦ୍ର କୁମାର ଖଣ୍ଡେଲୱାଲ ରୋଟାରୀ କ୍ଲବ ଆଗକୁ ଏଭଳି ବହୁ ଜନହିତକର ପଦକ୍ଷେପ ନେବ ବୋଲି ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ରୋଟାରୀଆନ ବସନ୍ତ କୁମାର ମହାନ୍ତ, ଶିରିଶ ଚନ୍ଦ୍ର ବାରିକ, ସୁନୀଲ କୁମାର ଖଣ୍ଡେଲୱାଲ, ଶ୍ୟାମ ପ୍ରସାଦ ମଢୁଆଳ,ଭଗିରଥ ପଣ୍ଡିତ, ଶିକ୍ଷାବିତ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ପ୍ରକାଶ ବେହେରା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ଶେଷରେ ରୋଟାରୀଆନ ଅରୁଣ କୁମାର ଓତା ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ