ରାଇକିଆ ରେ ଆରଏସଏସର ଶତାବ୍ଦୀ ବର୍ଷ ଉତ୍ସବ କାର୍ଯ୍ୟକ୍ରମ
ରାଇକିଆ, (ପ୍ରଦୀପ ବେହେରା) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଇକିଆ ମଣ୍ଡଳ ତରଫରୁ ଶତାବ୍ଦୀ ପୂର୍ତି ବର୍ଷ ପାଳନ କାର୍ଯ୍ୟକ୍ରମ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । 500 ରୁ ଉର୍ଦ୍ଧ୍ବ ସ୍ୱୟଂସେବକ ପଥ ସଞ୍ଚଳନରେ ବନବାସୀ କଲ୍ୟାଣ ଆଶ୍ରମ ଠାରୁ ବାହାରି ସହର ପରିକ୍ରମା କରିଥିଲେ । ଜିଲ୍ଲା କାର୍ଯ୍ୟବାହ ଅରବିନ୍ଦ ପ୍ରଧାନ, ଜିଲ୍ଲା ସଂପର୍କ ପ୍ରମୁଖ ବାବୁଲା ପଟ୍ଟନାୟକ, ଖଣ୍ଡ କାର୍ଯ୍ୟବାହ ଗଙ୍ଗାଧର ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ପର୍ଯ୍ୟବରଣ ପ୍ରମୁଖ ଲଛମନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବେ ଅବସପ୍ରାପ୍ତ ଅବକାରୀ ବିଭାଗ ଅଧିକାରୀ ସୁବାସ ପ୍ରଧାନ ଯୋଗ ଦେଇଥିଲେ । ବସଷ୍ଟାଣ୍ଡ ପରିସର ରେ ଅନୁଷ୍ଠିତ ସଭା ରେ ମୁଖ୍ୟବକ୍ତା ଭାବେ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ କୁମାର ରଞ୍ଜିତ ଯୋଗଦେଇ ସମାଜରେ ପଂଚ ପରିବର୍ତନ ଯଥା ନାଗରିକ କର୍ତବ୍ୟ, କୁଟୁମ୍ବ ପ୍ରବୋଧନ, ସ୍ଵଜାଗରଣ, ପର୍ଯ୍ୟାବରଣ, ସାମାଜିକ ସମରସତା ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ । ଭାରତରେ ୧୯୨୫ ମସିହାରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆଜି ତାର ୧୦୦ ତମ ତମ ବର୍ଷ ପୂର୍ତ୍ତି ପାଳନ କରୁଛି । ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିବା ବେଳେ ରାଷ୍ଟ୍ରବାଦୀ ବିଚାରଧାରାରେ ସଂଘର ଶହେ ବର୍ଷର ସେବା କାର୍ଯ୍ୟର ର ଅନୁଭୂତି ଓ ଭବିଷ୍ୟତର ସମାଜ ସେବା କାର୍ଯ୍ୟ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସଂଘ କାର୍ଯ୍ୟକର୍ତ୍ତା ମାନେ ପରିଚାଳନା ରେ ସହଯୋଗ କରିଥିଲେ ।