RSSର ସଂଘ ଶିକ୍ଷାବର୍ଗ ଓ କାର୍ଯ୍ୟକତ୍ତା ସରିଲା
କଟକ(ଓ୍ବାଇଏନଏସ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘ ଶିକ୍ଷାବର୍ଗ ଓ କାର୍ଯ୍ୟକତ୍ତା ବିକାଶ ବର୍ଗ-୧ର ସମାପନ ଉତ୍ସବ ଅନୁଷ୍ଠିତ। ଶନିବାର ଅପରାହ୍ନରେ ସରସ୍ଵତୀ ବିଦ୍ୟା ମନ୍ଦିର, କେଶବଧାମ ଗତିରାଉତ ପାଟଣାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ବିଭୁତି ଭୂଷଣ ନାୟକ ଯୋଗଦେଇ ରାଷ୍ଟ୍ର ଉଦେଶ୍ୟରେ ସମର୍ପିତ ସ୍ଵୟଂସେବକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ I ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ରାଷ୍ଟ୍ରହିତରେ ସେମାନେ ସର୍ବଦା କାର୍ଯ୍ୟ କରିଥାନ୍ତି। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ କାର୍ଯ୍ୟବାହୀ ରାମଦତ୍ତ ଚକ୍ରଧର ଯୋଗ ଦେଇଥିଲେ। ଏହି ଶିକ୍ଷା ବର୍ଗରେ ୪୪୬ ଜଣ ଶିକ୍ଷାର୍ଥୀ ଯୋଗଦେଇଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତାଙ୍କ ଗୁଣବତ୍ତା, ଦକ୍ଷତା ବୃଦ୍ଧି ତଥା ସଂଘ କାର୍ଯ୍ୟର ଅଭିବୃଦ୍ଧି ନିମନ୍ତେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେଉଛି। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କଟକ ସଦର ବିଧାୟକଙ୍କ ସହ ବହୁ ସ୍ୱୟଂ ସେବକ ଯୋଗ ଦେଇଥିଲେ।