RTI ଅନ୍ତର୍ଭୁକ୍ତ ହେବ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ

ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ): ସୁପ୍ରିମକୋର୍ଟ ଏକ ଗୁରତ୍ୱପୁର୍ଣ ନିଷ୍ପତି ଉପରେ ରାୟ ଦେଇଛନ୍ତି I ଏଣିକି ଭାରତର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାରୀ ଆଇନର ପରିସରଭୁକ୍ତ ହେବ I ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାରୀ ଆଇନ ପରିସରଭୁକ୍ତ ବୋଲି ଦିଲ୍ଲୀ ହାଇକୋର୍ଟ ୨୦୧୦ ଜାନୁଆରୀ ୧୦ରେ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି I ନ୍ୟାୟପାଳିକାର ପାରିଦର୍ଶିତା ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ସୂଚନ ଅଧିକାର ପରିସରଭୁକ୍ତ କରାଯାଇଛି I ମାତ୍ର ଏଥିନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧକ୍ଷାତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେତେକ ସର୍ତ୍ତ ଲାଗୁ କରିଛନ୍ତି I ଖଣ୍ଡପୀଠ କହିଛନ୍ତି ଯେ , ସ୍ୱଛତା ଓ ନିରପେକ୍ଷତା ଅନୁଧ୍ୟାନ ବେଳେ ବିଚାର ବିଭାଗୀୟ ସ୍ୱାଧୀନତାକୁ ଯେଭଳି ଉପେକ୍ଷା କରା ନ ଯାଏ I ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ I ସୁପ୍ରିମକୋର୍ଟ ଉପରେ ନିରୀକ୍ଷଣ ଲାଗି RTI ଆଇନକୁ ମାଧ୍ୟମ କରାଯଇପାରିବ ନାହିଁ ଏବଂ ଗୋପନୀୟତା ଅଧିକ କାଏମ ରଖିବାକୁ ହେବ I ଏହି ଆଦେଶରେ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତିଯେ , କଲେଜିୟମ ପକ୍ଷରୁ ସୁପାରିଶ ହୋଇଥିବା ବିଚାରପତିଙ୍କ ନାମ କେବଳ ସୂଚନ ଅଧିକାର ଆଇନ ଅଧୀନରେ ପ୍ରକଶ କରାଯାଇ ପାରିବ I ପ୍ରଧାନ ବିଚାରପତିଙ୍କ ସହ ଏହି ଖଣ୍ଡପୀଠରେ ଜଷ୍ଟିସ ଏନବି ରମଣା, ଜଷ୍ଟିସ ଡ଼ି.ୱାଇ ଚନ୍ଦ୍ରଚୂଡ଼ , ଜଷ୍ଟିସ ଦୀପକ ଗୁପ୍ତ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ସାମିଲ ଥିଲେ I ସୁପ୍ରିମକୋର୍ଟ ଏହି ମାମଲାରେ ୪ ଏପ୍ରିଲରେ ଶୁଣାଣି ଶେଷ କରି ରାୟ ସଂରଖିତ ରଖିଥିଲେ I ଏହି ମାମଲାରେ ପ୍ରଧାନ ବିଚାରପତି ଗୋଗଇ, ଜଷ୍ଟିସ ଗୁପ୍ତା ଓ ଜଷ୍ଟିସ ଖାନ୍ନା ଗୋଟିଏ ରାୟ ଲେଖିଥିବାବେଳେ ଜଷ୍ଟିସ ରମଣା ଓ ଜଷ୍ଟିସ ଚନ୍ଦ୍ରଚୂଡ଼ ପୃଥକ ରାୟ ଲିପିବଦ୍ଧ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ