ମା ‘ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଜଳଯାତ୍ରା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ ୟ ଲେନ ରେ ପ୍ରତିବର୍ଷ ଭଳି ଚଳିତବର୍ଷ ମା ‘ ଗଜଲକ୍ଷ୍ମୀ ଙ୍କ ପୂଜା ନିମନ୍ତେ ରବିବାର ଜଳଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ, କାହ୍ନା ତ୍ରିପାଠୀ ଙ୍କ ପୋରୋହିତ୍ୟ ରେ ଅନୁଷ୍ଠିତ ଜଳଯାତ୍ରା ରେ ପୂଜା କମିଟି ସଭାପତି ତଥା କର୍ତ୍ତା ଦାମୋଦର ପାଢ଼ୀ, ପରିଚାଳନା କମିଟି ସମ୍ପାଦକ କୈଳାସ ଦାସ,କୋଷାଧ୍ୟକ୍ଷ ପ୍ରଭାକର ପାଣିଗ୍ରାହୀ,ବିଜୟ କୁମାର ପ୍ରଧାନ,ସୁଦାମ ଦାସ,ଲକ୍ଷ୍ମୀନାରାୟଣ ପାଢ଼ୀ ଙ୍କ ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।ପୂଜା ମଣ୍ଡପ କୁ ସାଜସଜ୍ଜା କରାଯାଇଛି।ପୂଜା ନିମନ୍ତେ ସମଗ୍ର ସାହିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାସହ ରଙ୍ଗ ବେରଙ୍ଗ ଆଲୋକମାଳା ରେ ଝଲସି ଉଠିଛି। ସୋମବାର ଠାରୁ ଅନୁଷ୍ଠିତ ଏହି ପୂଜା ଉତ୍ସବ ନିମନ୍ତେ ଅନୁଷ୍ଠିତ ହୋମଯଜ୍ଞ ମଙ୍ଗଳବାର ମଧ୍ୟାହ୍ନରେ ପୂର୍ଣ୍ଣାହୁତି ହେବା ସହ ସନ୍ଧ୍ୟାରେ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି।