ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ଦେଶୀ ମଦ ବିକ୍ରି

ଗୋପ(ଓ୍ବାଇଏନଏସ): ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ବଜାରରେ ଥିବା ସରକାରୀ ଦେଶୀ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ଆସ୍କା ୪୦ ଦେଶୀ ମଦ ବିକ୍ରି ହେଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଗ୍ରାହକମାନଙ୍କ ଅଭିଯୋଗ ଅନୁଯାୟୀ, ଆସ୍କା ୪୦ର ସରକାରୀ ଧାର୍ଯ୍ୟ ସର୍ବାଧିକ ଖୁଚୁରା ମୂଲ୍ୟ ୮୦ ଟଙ୍କା ଥିବାବେଳେ ନୟାହାଟ ବଜାର ସ୍ଥିତ ଦେଶୀ ମଦ ଦୋକାନରେ ବୋତଲ ପିଛା ୨୦ ଟଙ୍କା ଅଧିକ ନେଇ ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ଫଳରେ ଦିନ ମଜୁରିଆ, ଖଟିଖିଆ ଓ ଗରିବ ଶ୍ରେଣୀର ଗ୍ରାହକମାନେ ଅତିରିକ୍ତ ଅର୍ଥ ଦେବାକୁ ବାଧ୍ୟ ହେଉଥିବା ସେମାନେ କହିଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ କିଛି ଦିନ ପୂର୍ବେ ନୂତନ ଭାବେ ମଦ ଦୋକାନ ଗୁଡ଼ିକ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଏହି କ୍ରମରେ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ କାକଟପୁର–ନିମାପଡ଼ା ରାସ୍ତାର ନୟାହାଟ ବଜାରରେ ଥିବା ଏକମାତ୍ର ସରକାରୀ ଦେଶୀ ମଦ ଦୋକାନ ନୂତନ ଲାଇସେନ୍ସ ଧାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ତେବେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି ହେଉଥିବା ଅଭିଯୋଗର ତଦନ୍ତ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବା ସହ ଗ୍ରାହକଙ୍କୁ ଧାର୍ଯ୍ୟ ଦରରେ ମଦ ଯୋଗାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ