ଧର୍ମଗଡ଼ ଅଞ୍ଚଳରେ ଚାଲିଛି ବାଲି ମାଫିଆଙ୍କ ରାଜ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):ଧର୍ମଗଡ଼ ଅଞ୍ଚଳରେ ବର୍ତ୍ତମାନ ବାଲି ମାଫିଆଙ୍କ ଦାଦାଗିରି ଦିନକୁ ଦିନ ବଢ଼ୁଥିବା ଦେଖାଯାଉଛି। ସ୍ଥାନୀୟ ନଦୀ ଓ ବାଲିଘାଟରୁ ଅନୁମତି ବିନା ବିପୁଳ ପରିମାଣରେ ବାଲି ଉତ୍ଖନନ ହେଉଥିବା ସତ୍ତ୍ୱେ ପ୍ରଶାସନ ନିର୍ବିକାର ରହିଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତିରେ ଟ୍ରାକ୍ଟର ଓ ହାଇଭା ମାଧ୍ୟମରେ ବାଲି ଚୋରା ଚାଲାଣ ହେଉଛି। ଦିନେ ମଧ୍ୟ ଏହି ଅବୈଧ କାରବାର ଚାଲିଥିବାରୁ ସରକାରୀ ନିୟମକୁ ମାନାଯାଉ ନାହିଁ ବୋଲି ଅଭିଯୋଗ। ଏହାର ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ରାଜନୈତିକ ହସ୍ତକ୍ଷେପ ଥିବା ଆଶଙ୍କା କରାଯାଉଛି।ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଉକ୍ତ ଅଞ୍ଚଳର ବିଧାୟକଙ୍କ ଆଖି ଆଗରେ ଏପରି ଅବୈଧ ବାଲି ଚାଲାଣ ଚାଲିଥିଲେ ମଧ୍ୟ କୌଣସି କଠୋର କାର୍ଯ୍ୟନୁଷ୍ଠାନ ହୋଇନଥିବା ନେଇ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶାସନ ଓ ଖଣି ବିଭାଗର ନିରବତା ଏହି ମାଫିଆଙ୍କୁ ଆଉ ବଳବତ୍ତର କରୁଛି।ଅନ୍ୟପଟେ, ଅତ୍ୟଧିକ ବାଲି ଉତ୍ଖନନ ଫଳରେ ପରିବେଶରେ ମଧ୍ୟ ଖରାପ ପ୍ରଭାବ ପଡ଼ୁଛି। ନଦୀ ପଥ ପରିବର୍ତ୍ତନ, ଜଳସ୍ତର କମିବା ଓ କୃଷି ଉପରେ ତାହାର ପ୍ରଭାବ ଦେଖାଯାଉଛି।ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ଏହି ଅବୈଧ ବାଲି ଚାଲାଣ ବନ୍ଦ କରିବାକୁ ଓ ଦୋଷୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବାର ସତର୍କବାଣୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ