ସରକାରୀ ପ୍ରାଥମିକ ବିଦ୍ୟାଳୟର ସଭାନେତ୍ରୀ ଭାବେ ସନ୍ଧ୍ୟାରାଣୀ ମନୋନୀତ

ଗୋପ/କୋଣାର୍କ  (ଓ୍ବାଇଏନଏସ): ଗୋପ ବ୍ଲକ ଅନ୍ତର୍ଗତ ବାଉଲାଙ୍ଗ ପଞ୍ଚାୟତର ବଣହରା ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ସଭାନେତ୍ରୀ ଭାବେ ସନ୍ଧ୍ୟାରାଣୀ ପ୍ରଧାନ ମନୋନୀତ ହୋଇଛନ୍ତି। ସୋମବାର ଅପରାହ୍ନରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସନ୍ଧ୍ୟାରାଣୀ ପ୍ରଧାନ ନୂତନ ଦାୟିତ୍ୱ ପାଇବା ପରେ ବଉଲାଙ୍ଗ ପଞ୍ଚାୟତ ସଭାପତି ପ୍ରଭଞ୍ଜନ ଦାସ, ନୟାହାଟ ମଣ୍ଡଳ ସମ୍ପାଦକ ଶିବରାମ ପ୍ରଧାନ ଓ ନ୍ୟାୟବ ସରପଞ୍ଚ ଙ୍କ ପ୍ରତିନିଧି ଅଶୋକ କୁମାର ପ୍ରଧାନଙ୍କ ସମେତ ମଣ୍ଡଳର ବହୁ ଯୁବ ନେତୃତ୍ୱ ଓ ମହିଳା କର୍ମକର୍ତ୍ତା ଉପସ୍ଥିତ ରହି ସନ୍ଧ୍ୟାରାଣୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅବସରରେ ସନ୍ଧ୍ୟାରାଣୀ ପ୍ରଧାନ ତାଙ୍କୁ ମିଳିଥିବା ନୂତନ ଦାୟିତ୍ୱ ପାଇଁ ଖୁସି ବ୍ୟକ୍ତ କରିବା ସହ ନିଷ୍ଠା ଓ ଦାୟିତ୍ୱବୋଧର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ସନ୍ଧ୍ୟାରାଣୀ ପ୍ରଧାନ ଜଣେ ପରୋପକାରୀ, ସମାଜସେବୀ ଓ ନିଷ୍ଠାପର ମହିଳା ଭାବେ ଅଞ୍ଚଳରେ ପରିଚିତ। ତାଙ୍କର ନୂତନ ଦାୟିତ୍ୱ ଗ୍ରହଣକୁ ନେଇ ଅଞ୍ଚଳବାସୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ