ମାଆ ଦକ୍ଷିଣ କାଳୀ ପୀଠରେ ସଂକ୍ରାନ୍ତି ହୋମ ଅନୁଷ୍ଠିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବୃଷ ସଂକ୍ରାନ୍ତି ଅବସରରେ ମନ୍ଦିର ମାଳିନୀ ବେଲଗୁଣ୍ଠା ସହରର ଆରାଧ୍ୟା ଦେବୀ ମାଆ ଦକ୍ଷିଣ କାଳୀଙ୍କ ପୀଠରେ ସଂକ୍ରାନ୍ତି ପୂଜା ଏବଂ ହୋମ ଅନୁଷ୍ଠିତ ହୋଇଯାଇଛି। ଏହି ହୋମରେ କର୍ତ୍ତା ରୂପେ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ ଏବଂ ତାଙ୍କ ଧର୍ମପତ୍ନୀ ସରିତା ତ୍ରିପାଠୀ କର୍ତ୍ତା ରୂପେ ଦାୟିତ୍ଵ ତୁଲାଇ ଥିଲେ। କାର୍ଯ୍ୟକ୍ରମରେ ମନ୍ଦିର ପୁରୋହିତ ବୁନା ପତି,ହୋମ ପୁରୋହିତ ରାଧାକାନ୍ତ ପତି ,ବ୍ରଜେନ୍ଦ୍ର ପତି,ଶୁଭକାନ୍ତ ପତି ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ଏସ ଭାସ୍କର ପାତ୍ର,କମିଟି ସଦସ୍ୟ କାଶୀନାଥ ସାହୁ,ଶଙ୍କର ନାରାୟଣ ବେହେରା,ସଞ୍ଜୟ ବେହେରା,ସୁଶାନ୍ତ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ,ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆୟୁଷ ଡ଼ାକ୍ତର ସରୋଜ ପ୍ରଧାନ,କାଉନସିଲର ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ବେଲଗୁଣ୍ଠା ସହରର ସର୍ବ ପୁରାତନ ତଥା ପ୍ରସିଦ୍ଧ ଦେବୀ ଭାବେ ପରିଚିତ ମାଆ ଦକ୍ଷିଣ କାଳୀଙ୍କ ପୀଠରେ ପ୍ରତ୍ୟେକ ସଂକ୍ରାନ୍ତିରେ ହୋମ ଅନୁଷ୍ଠିତ ହୋଇ ଆସୁଛି। ଆଜି ବୃଷ ସଂକ୍ରାନ୍ତି ଅବସରରେ ସକାଳ ୯:୦୦ ଘଣ୍ଟା ସମୟରୁ ପୂଜା କାର୍ଯ୍ୟ ଆରମ୍ଭ ଅପରାହ୍ନ ଦୁଇ ଘଣ୍ଟା ସମୟରେ ଶେଷ ହେବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


