ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ ଏବଂ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ) : ଯଶୋଦା ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ କମାପଲ୍ଲୀ ଗ୍ରାମରେ ପରିବେଶ ସୁରକ୍ଷା ସହ ଗ୍ରାମକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥୀ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି   ଯୋଗଦେଇ ଗ୍ରାମର ମହିଳା ମାନଙ୍କୁ ନଡିଆ, ପିଜୁଳି, ଅଁଳା, ଡାଳିମ୍ବ , ସାପେଟା ଓ କଇଠ ସହ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ରକମର ଚାରା ବଣ୍ଟନ କରିଥିଲେ । ଏହା ସହିତ ଫାଉଣ୍ଡେସନ ପକ୍ଷରୁ  ଗ୍ରାମରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ  ପୁଷ୍ପାଞ୍ଜଳି ସାହୁ ଓ ସୁଦେଷ୍ଣା ସାହୁ ପରିଚାଳନାରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ