ଚାରା ରୋପଣ କାର୍ଯ୍ୟକ୍ରମ

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତ ର ବଡପଶି ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ କୁସୁମ ଫାଉଣ୍ଡେସନ ଏବଂ ଇନଫସିସି ଦେବୋତ୍ତର ଇଣ୍ଡିଆ ତରଫରୁ ଆୟୋଜିତ ଚାରା ରୋପଣ କାର୍ଯ୍ୟକ୍ରମ ରେ ଏହି ଗ୍ରାମର ୮ ଜଣ ହିତାଧିକାରୀଙ୍କ ୬ ଏକରୁ ଉର୍ଦ୍ଧ୍ବ ଜମିରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଆରମ୍ଭ ହୋଇଛି। ଚାରା ରୋପଣ କାର୍ଯ୍ୟକ୍ରମ ରେ କଳିଙ୍ଗ କୁସୁମ ଫାଉଣ୍ଡେସନ ର ଗୌତ୍ତମ ପରିଡା ଙ୍କ ସମେତ ଝୁମ୍ପୁରା ବ୍ଲକ କୋଡିନେଟର ପ୍ରଦୀପ କୁମାର ନାଏକ ଙ୍କ ସମେତ ପିପିଲି ନାଏକ,ବୈଶାଖୁ ନାଏକ,ଦୁଲଭ ନାଏକ, ପ୍ରମୁଖ ଯୋଗଦାନ କରିଥିଲେ। ଏହି ପ୍ରକଳ୍ପ ରେ ନଡିଆ ଠାରୁ ଆରମ୍ଭ କରି ମିଠା କାଜୁ, ଶାଗୁଆନ, ଶିଶୁ ପରି ମୂଲ୍ୟ ଗଛ ଏଠାରେ ଲାଗିବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକଳ୍ପ ଅଧିକାରୀ ଶ୍ରୀ ପରିଡା ସୂଚନା ପ୍ରଦାନ କରିଛନ୍ତି। ଚାରା ଗଛ ରୋପଣ ସମୟରେ ଚାରା ଗଛ ଗୁଡ଼ିକୁ ଯେପରି ଉଇ ଖାଇ ନଷ୍ଟ ନକରିବେ ସେଥିପାଇଁ ଚାରା ଗଛ ମୂଳରେ କ୍ଲୋରପାଇରୀଫସ ସହିତ ନିମ ପତ୍ର ପକାଇ ଚାରା ଗଛ କୁ ଲଗାଯାଉଥିବା ଦେଖିବାକୁ ମିଳିଛି। ଗଛକୁ ଗଛର ଦୂରତା ୭ ମିଟର ରହୁଛି ଯାହା ଫଳରେ ଖାଲି ସ୍ଥାନରେ ପନିପରିବା ସହିତ ଫୁଲ ଚାଷ କରାଯିବ ବୋଲି ଅଧିକାରୀ ମାନେ ସୂଚନା ପ୍ରଦାନ କରିଛନ୍ତି। ପ୍ରଥମ ଦିନରେ ହିତାଧିକାରୀ ଦେବେନ୍ଦ୍ର ନାଏକ, ଶ୍ରୀକାନ୍ତ ନାଏକ, ଅନ୍ତର୍ଯ୍ୟାମୀ ନାଏକ,ଡିବିରି ନାଏକ ଙ୍କ ଜମିରେ ଚାରା ରୋପଣ କରାଯାଇଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ