ସାରଦା ସଙ୍ଗୀତାୟନର ବାର୍ଷିକ ଉତ୍ସବ

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସଙ୍ଗମ କଲ୍ଯାଣ ମଣ୍ଡପରେ ଅଞ୍ଚଳରେ ପ୍ରତିଷ୍ଠିତ ସାରଦା ସଙ୍ଗୀତାୟନର ବାର୍ଷିକ ଉତ୍ସବ ଏବଂ ଓଡିଶୀ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ଗୁରୁ ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବୁଗୁଡ଼ା ପିପୁଲ୍ସ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ  ସାମ୍ବାଦିକ କାଳିଚରଣଦାଶ ଓ ଅନିଲ ପଟ୍ଟନାୟକ ଓ ଶୋଭନୀୟ ପବ୍ଲିକ ସ୍କୁଲର ୟୁ ଅରବିନ୍ଦ ପାତ୍ର ଏବଂ ମୁଖ୍ଯ ବକ୍ତା ଭାବେ ପିପୁଲସ କଲେଜର ଇଂରାଜୀ ଅଧ୍ଯାପକ ଆତ୍ମପ୍ରକାଶ ନାୟକ ଯୋଗଦେଇ ମାନବ ଜୀବନରେ ସଙ୍ଗୀତର ମୂଲ୍ୟବୋଧ ଓ ଆବଶ୍ୟକତା ସଂପର୍କରେ ବିସ୍ତ୍ରୃତ ଆଲୋଚନା କରିବା ସହ ଏହାର ସାଧନା କରିବା ସକାଶେ କୁନି କୁନି କଣ୍ଠ ଶିଳ୍ପୀ ମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ତପନ କୁମାର ମହାରଣା, ଧୋବା ଗୌଡ଼, ମଧୁମଙ୍ଗଳ ମହାରଣା ଓ ଡ଼ ହିମାଂଶୁ ଶେଖର ପଣ୍ଡା ସଂଯୋଜନା କରିଥିବା ବେଳେ କୁନୀ କଣ୍ଣଶିଳ୍ପୀ  ସୋନାଲି ମହାରଣା, ମିତାଲି ପଟ୍ଟନାୟକ, ସାଇ ସ୍ବରାଜ ପଣ୍ଡା ଓ  ସାଇ ସ୍ୱରୂପ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥଲେ। ସୁରେନ୍ଦ୍ର ନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରେ କୁନି କଣ୍ଠ ଶିଳ୍ପୀଙ୍କ ସମେତ ସ୍ଥାନୀୟ କଳାକାରମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥୁଲା। ଶେଷରେ ଭୁବନେଶ୍ବରରୁ ଆସିଥିବା ଏକ ବାଦ୍ୟଯନ୍ତ୍ର ଟିମ୍ ସହଯୋଗରେ କଣ୍ଠ ଶିଳ୍ପୀ ମାନଙ୍କ ଦ୍ବାରା ଓଡିଶୀ ସଙ୍ଗୀତ ଓ ଭଜନ ପରିବେଷଣ ଅତି ଉଚ୍ଚକୋଟୀର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ