ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉଦଯାପିତ
ଛତ୍ରପୁର (ଓ୍ବାଇଏନଏସ): ସ୍ଥାନୀୟ ଛତ୍ରପୁର କ୍ରୀଡାଙ୍ଗନ ଠାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛତ୍ରପୁରର ୩୦ ତମ ବାର୍ଷିକ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଅଛି । ଏହାକୁ ମୁଖ୍ୟଅତିଥି ରୁପେ ଛତ୍ରପୁର N.A.C.ର ଚେୟାରମେନ ଶ୍ରୀମତି ସର୍ମିଷ୍ଠା ପ୍ରଧାନ, ସମାଜସେବୀ ଶ୍ରୀ K ଚନ୍ଦ୍ରଶେଖର ରେଡ୍ଡୀ, ଗୋପାଳପୁର CSR ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ର, ସମାଜସେବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଦେଇଥିଲେ। ଶାରିରୀକ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ବାର୍ଷିକ କ୍ରୀଡାର ବୃତ୍ତ ପଠନ କରିଥିଲା ବେଳେ ଦକ୍ଷିଣ ପୂର୍ବ ସମ୍ଭାଗ ଶାରିରୀକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ , ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଶାରିରୀକ ଶିକ୍ଷକ ସନ୍ତୋଷ ବିଷୋୟୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଉପସଭାପତି ଶ୍ରୀମତି ଗୀତା ପାଢୀ, ସଦସ୍ୟ ରାମପ୍ରକାଶ ପଟ୍ଟନାୟକ, ସୂନିତା ସେଠୀ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡାରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୪୦ଜଣ ଶିଶୁ ବିଭିନ୍ନ ପ୍ରକାର ଖେଳରେ ଭାଗ ନେଇଥିଲା ବେଳେ ୮ ଜଣ ଶିଶୁ ଚ଼ମ୍ପିୟାନ ହୋଇଥିଲେ।ଅର୍ପିତା କୁମାରୀ ବେହେରା,ଅସ୍ମିତା କୁମାରୀ ବେହେରା,ପବିତ୍ର ମହାରଣା,ସୋନାଲୀ ମହାରଣା,ସୁରଜ କୁମାର ବେହେରା, କାଳିଆ ବସନ୍ତିଆ,ଶ୍ବେତାରାଣୀ ପଣ୍ଡା,ଆରସ୍ମିକା ମୁଦୁଲି ଓ ଭି ଦିନେଶ ରାଓ ଚମ୍ପିୟନ ହୋଇ ଥିଲେ।ସୂଚନା ଅନୁସାରେ ଖେଳରେ ପ୍ରଥମ ହୋଇଥିବା କୃତୀ ପ୍ରତିଭାଗୀ ମାନେ ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ସଂକୁଳ କ୍ରୀଡାରେ ଅଂଶ ଗ୍ରହଣ କରିବେ ।


