ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ଆସିକା (ୱାଇଏନ୍ଏସ୍) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏ-୧ ଗ୍ରେଡ୍ ହାସଲ କରିଥିବା ଆସିକା ସରସ୍ୱତୀ ବିଦ୍ୟାମନ୍ଦିରର କୃତୀ ବିଦ୍ୟାର୍ଥୀଙ୍କ ସମେତ ଅନ୍ୟ କେତେକ ପ୍ରତିଭାଧରଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଆସିକା ସରସ୍ୱତୀ ଶିିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ ୯୦ ଜଣ ଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲା ବେଳେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ମାଟ୍ରିକ ପରୀକ୍ଷାରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏ-୧ ଗ୍ରେଡରେ ୭ ଜଣ, ଏ-୨ ଗ୍ରେଡରେ ୧୭ ଜଣ, ବି-୧ ଗ୍ରେଡରେ ୩୧ ଜଣ, ବି-୨ ଗ୍ରେଡରେ ୨୭ ଜଣ, ସି-ଗ୍ରେଡରେ ୬ ଜଣ, ଡି-ଗ୍ରେଡରେ ୨ ଜଣ ବିଦ୍ୟାର୍ଥୀ ଏହିଭଳି ସମସ୍ତ ୯୦ ଜଣ ପରାକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି କୃତୀ ବିଦ୍ୟାର୍ଥୀଙ୍କ ପ୍ରତିଭା ସମ୍ମାନ, ଅଭିନନ୍ଦନ ତଥା ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଶିକ୍ଷାବିତ୍ ଡଃ ବିନୋଦ୍ ଚନ୍ଦ୍ର ଦାଶ, ଶିକ୍ଷା ବିକାଶ ସମିତି ଓଡିଶାର ବରିଷ୍ଠ ସଦସ୍ୟ କିରଣ କୁମାର ପାଢୀ, ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ଉପସଭାପତି ଦୁର୍ଗାପ୍ରସାଦ ପଣ୍ଡା, ସଂପାଦକ ପ୍ରତାପ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଦଣ୍ଡପାଣି ବେହେରା, ଉପଦେଷ୍ଟା ଦୁର୍ଗାପ୍ରସାଦ ଆଚାରୀ, ସରସ୍ୱତୀ ବିଦ୍ୟାମନ୍ଦିର ଯୁୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେନ୍ଦ୍ର କୁମାର ସାବତ, ପ୍ରଧାନାଚାର୍ଯ୍ୟ ସୁନିଲ୍ କୁମାର ଗୌଡ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ, ଉଚ୍ଚକୋଟୀର ଚିନ୍ତାଧାରାକୁ ପାଥେୟ କରି ଦୃଢତାର ସହ ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ସୁମିତ୍ରା ବେହେରା, ଜିଗ୍ନେଷ୍ ପାଢୀ, ପାୟଲ୍ ଗୌଡ, ପ୍ରତ୍ୟୁଷ ରଂଜନ ଜେନା, ଲକ୍ଷ୍ମୀପ୍ରିୟା ମହାରଣା, ଅନୁଷ୍କା ଖଣ୍ଡୁଆଳ, ସ୍ନେହାରାଣୀ ମିଶ୍ରଙ୍କ ସମେତ ଶିକ୍ଷାବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଭାରତୀକୃଷ୍ଣ ଗଣିତ ମେଧାବୃତ୍ତି ପରୀକ୍ଷା ଓ ପ୍ରାଦେଶିକ ମେଧାବୃତ୍ତି ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶିକ୍ଷାନୁଷ୍ଠାନର ଛାତ୍ର ଆୟାଂଶ ପାଣିଗ୍ରାହୀ, ଶ୍ରୀ ରାମ ପ୍ରସାଦ ମହାପାତ୍ର, ନିକିତା ସାହୁ, ରୀତାକା ପାଢୀ, ଶ୍ୟାମପ୍ରସାଦ ତ୍ରିପାଠୀ, ଶୁଭମ୍ କୁମାର ବେହେରା, ଓମ୍ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ, ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସରସ୍ୱତୀ ବିଦ୍ୟାମନ୍ଦିରର ଉତ୍ତମ ଶୈକ୍ଷିକ ପରିବେଶ, ଛାତ୍ରଛାତ୍ରୀମାନଙ୍କ କଠୋର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ସାଙ୍ଗକୁ ଗୁରୁଜୀ ଗୁରୁମାମାନଙ୍କ ଉନ୍ନତମାନର ଶିକ୍ଷାଦାନ ତଥା ଅଭିଭାବକମାନଙ୍କ ଶିକ୍ଷାନୁଷ୍ଠାନ ପ୍ରତି ଅତୁଟ ବିଶ୍ୱାସ ହିଁ ଏହି ଶତ ପ୍ରତିଶତ ସଫଳତା ଆଣିଦେଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମାଟ୍ରିକ ଏ-୧ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଗୁରୁଜୀ ପ୍ରଭାସ କୁମାର ସାହୁ, ରବିନ୍ଦ୍ର କୁମାର ସାହୁ, ଦାଶରଥୀ ମହାପାତ୍ର, ଜଟାଧାରୀ ମହାନ୍ତି, ମୃତ୍ୟୁଞ୍ଜୟ ପାଢୀ, କାହ୍ନୁଚରଣ ମହାନ୍ତି, ସୁଚିତ୍ରା ମହାପାତ୍ର, ସସ୍ମିତା ହୋତା, ପନିତା ସ୍ୱାମୀ, କୃତିବାସ ମହାପାତ୍ର, ସରୋଜ କୁମାର ସ୍ୱାଇଁ, ଗୀତାଞ୍ଜଳୀ ସାବତ, ସନ୍ତୋଷ କୁମାର ସ୍ୱାଇଁ, ବାଇଧର ପ୍ରଧାନ, କିରଣ କୁମାର ଜେନା, ଉମାକାନ୍ତ ରଣାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏବଂ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


