ନିଳୋକରେ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ର

ବନ୍ତ, (ଚାନ୍ଦିନୀ ମହାନ୍ତି ): ବନ୍ତ ବ୍ଲକ ନିଳୋକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ କୃଷି ବିଭାଗ ପକ୍ଷରୁ କ୍ଷେତ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ କୃଷି କର୍ମଚାରୀ ଦୀପ୍ତି ରଞ୍ଜନ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର କୁମାର ସେଠୀ, କୃଷକ ସାଥୀ ଅବନୀ ଖୁଣ୍ଟିଆ, ପଞ୍ଚାନନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଚାଷ ପୂର୍ବରୁ ମାଟି ପରୀକ୍ଷା କରିବା, ଆବଶ୍ୟକ ଅନୁଯାୟୀ ସାର ପ୍ରୟୋଗ କରିବା ଏବଂ ରାସାୟନିକ ସାରର ସନ୍ତୁଳିତ ବ୍ୟବହାର ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ମୁଗ ବିରି ଚାଷ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। ଏଥିରେ ମଣିଭଦ୍ର ବିଶ୍ୱାଳ,କିଶୋର ବେହେରା, ନାରାୟଣ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ଦ୍ବିବେଦୀ, ନୃସିଂହ ଚରଣ ଦାଶ, ଅନନ୍ତ ଚରଣ ଦାସ, ନବ କିଶୋର ନାୟକ,ସତ୍ୟବ୍ରତ ମହାନ୍ତି, ଅଜୟ କୁମାର ପଣ୍ଡା, ସନ୍ତୋଷ କୁମାର ଧଳ, ରତ୍ନାକର ମୁଦୁଲିଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ