ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ସାବିତ୍ରୀ
ହାଟଡିହି (ଓ୍ବାଇଏନଏସ). କେନ୍ଦୁଝର ଜିଲ୍ଲାର ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ହାଟଡିହି ବ୍ଲକର ଅଧକ୍ଷା ତଥା ହାଟଡିହି ବ୍ଲକ ମହିଳା ସଭାନେତ୍ରୀ ଥିବା ସାବିତ୍ରୀ ସେଠୀଙ୍କୁ ନିଯୁକ୍ତ କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏପରି ଏକ ଗୁରୁତ୍ୱପୂର୍ଣ ପଦବୀର ଦାୟିତ୍ୱ ଦେଇଥିବାରୁ ତାକୁ ସେ ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜିଲ୍ଲାରେ ମହିଳା ମାନଙ୍କୁ ସୁ ସଂଗଠିତ କରି ତାଙ୍କ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିବେ ବୋଲି କହିଛନ୍ତି। ତାଙ୍କୁ ଏହି ପଦବୀ ମିଳିବା ପରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ଜିଲ୍ଲା ସମ୍ପାଦକ ବୀରେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିକ୍ରମ ବିଶ୍ୱାଳ, ଶତ୍ରୁଘ୍ନ ପାତ୍ର, ଦୀପ୍ତି ରଞ୍ଜନ ଦାସଙ୍କ ସମେତ ଅନେକ ବିଜେଡି କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ନେତୃତ୍ୱରେ ନାରୀ ଶକ୍ତି ଆହୁରି ସଶକ୍ତ ହେବ ବୋଲି ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି l


